Home ଜିଲ୍ଲା ପରିକ୍ରମା ଆରଏସପି ସିଣ୍ଟର ପ୍ଳାଣ୍ଟ-୨ ବିଭାଗର କର୍ମଚାରୀ ‘ଉତ୍କର୍ଷ’ ଯୋଜନା ଅଧୀନରେ ପୁରସ୍କୃତ

ଆରଏସପି ସିଣ୍ଟର ପ୍ଳାଣ୍ଟ-୨ ବିଭାଗର କର୍ମଚାରୀ ‘ଉତ୍କର୍ଷ’ ଯୋଜନା ଅଧୀନରେ ପୁରସ୍କୃତ

96

ରାଉରକେଲା ୧୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) : କର୍ମଚାରୀମାନଙ୍କୁ ଉଦ୍ୟୋଗୀ ପ୍ରୟାସ ଗ୍ରହଣ ନିମନ୍ତେ ଅନୁପ୍ରେରିତ ପୂର୍ବକ ଇସ୍ପାତ କାରଖାନାର ପ୍ରକ୍ରିୟାବଳୀ ଓ ବୈଷୟିକ ଆର୍ଥିକ ପରିମାପକତାରେ ଅଧିକ ଉନ୍ନତି ହାସଲ ଉଦ୍ଦେଶ୍ୟରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀମାନଙ୍କୁ ‘ଉତ୍କର୍ଷ’ ପୁରସ୍କାର ଯୋଜନା ଅଧୀନରେ ପୁରସ୍କାର ପ୍ରଦାନ କରୁଛି। ଏହି ଯୋଜନା ଅଧୀନରେ କର୍ମଚାରୀ ଦଳ ବିଭିନ୍ନ ବିଭାଗରେ ସ୍ଵତନ୍ତ୍ର କାର୍ୟ୍ୟ ସମ୍ପାଦନ କରୁଛନ୍ତି ଏବଂ ଏଭଳି ଉଦାହରଣୀୟ ପ୍ରୟାସ ନିମନ୍ତେ ସେମାନଙ୍କୁ ପୁରସ୍କୃତ କରାଯାଉଛି।ଏହି କ୍ରମରେ ସିଣ୍ଟର ପ୍ଳାଣ୍ଟ-୨ ବିଭାଗର ସମ୍ମେଳନ କକ୍ଷଠାରେ ‘ଉତ୍କର୍ଷ’ ଯୋଜନା ଅଧୀନରେ ଏକ ସ୍ଵତନ୍ତ୍ର ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଜିଏମ ସିଣ୍ଟର, ଶ୍ରୀ ପି କେ ଶତପଥି ଅଧ୍ୟକ୍ଷତା କରିଥିଲେ ଏବଂ ୭ ଜଣ କର୍ମଚାରୀଙ୍କୁ ସେମାନଙ୍କର ଉଦାହରଣୀୟ ଯୋଗଦାନ ନିମନ୍ତେ ପୁରସ୍କୃତ କରିଥିଲେ। ଏହି ଅବସରରେ ସିଣ୍ଟର ପ୍ଳାଣ୍ଟ-୨ ବିଭାଗର ଡ଼ିଜିଏମ, ଶ୍ରୀ ଏ ସି ସରକାର, ଡ଼ିଜିଏମ ଇଲେକ୍ଟ୍ରିକଲ, ଶ୍ରୀ ଏସ କେ ପାଢୀ, ଏଜିଏମ ଇନ ଚାର୍ଜ ମେକାନିକାଲ, ଶ୍ରୀ ଆୟାନ ଦେବ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ପୁରସ୍କୃତ କର୍ମଚାରୀମାନେ ହେଲେ ବିଭାଗରେ ଏସଓଏସଟି ରୂପେ କାର୍ୟ୍ୟରତ ଶ୍ରୀ କେ କେ ନାୟକ, ଶ୍ରୀ ପି କେ ପଟ୍ଟନାୟକ, ଶ୍ରୀ ଏସ ସାହୁ, ଶ୍ରୀ ଏ କେ ବେହେରା, ଶ୍ରୀ ବି କେ ପ୍ରଧାନ ଏବଂ ଶ୍ରୀ ଏସ ଏନ ନେତି। ଏସପି-୨ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ଡ଼ି ବିଶ୍ଵାସ ଏହି କର୍ମଚାରୀ ଦଳର ନେତୃତ୍ୱ ନେଇଥିଲେ। ଏହି ଦଳ ଦ୍ଵାରା ସମ୍ପାଦିତ ପ୍ରକଳ୍ପର ଶୀର୍ଷକ ହେଲା, “ଲାଇମ ହାମର କ୍ରସର କପ୍ଲିଙ୍ଗରୁ କର୍ଭ ଟିଥ ଗିୟର କପ୍ଲିଙ୍ଗରେ ପରିବର୍ତ୍ତନ”।ଏହି ପ୍ରକଳ୍ପ ଫଳରେ ଯନ୍ତ୍ରୋପକରଣ ଉପଲବ୍ଧତାରେ ବୃଦ୍ଧି ଘଟିବା ସଙ୍ଗେସଙ୍ଗେ ଏହା ରକ୍ଷଣାବେକ୍ଷଣ ଅନୁକୂଳ ହୋଇପାରିଛି।କାର୍ମିକ ବିଭାଗର ସିନିୟର ମ୍ୟାନେଜର, ସୁଶ୍ରୀ ଆର ଏସ ଏକ୍କା କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.