Home ଓଡ଼ିଶା ବିଜେପି ଜନସଂର୍ପକ ଅଭିଯାନ କାର୍ଯ୍ୟକ୍ରମ : ବୁଦ୍ଧିଜୀବୀ ଡ. ହରପ୍ରସାଦ ଦାସଙ୍କୁ ଭେଟି ଧାରା ୩୭୦...

ବିଜେପି ଜନସଂର୍ପକ ଅଭିଯାନ କାର୍ଯ୍ୟକ୍ରମ : ବୁଦ୍ଧିଜୀବୀ ଡ. ହରପ୍ରସାଦ ଦାସଙ୍କୁ ଭେଟି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରାଇଲେ ବିଜେପି ନେତୃବୃନ୍ଦ

417

ଭୁବନେଶ୍ୱର, ତା.୨୭/୦୯ (ଓଡ଼ିଆ ପୁଅ) : ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତି। ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟ ଭଳି ଜାମ୍ମୁକାଶ୍ମିର ବାସିନ୍ଦା କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାର ଲାଭ ଏବଂ ସୁବିଧା ନେଇପାରିବେ। ଏହି ଧାରା ହଟିବା ପରେ ଏହାର ଉବଲବ୍ଧୀ ଜନମାନସରେ ପହଂଚାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜନସଂର୍ପକ କାର୍ଯ୍ୟକ୍ରମ କରାଯାଉଛି। ଏଥି ସହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟି ଏ ସଂର୍ପକରେ ଅବଗତ କରାଯାଉଛି।

ଏହି ଅବସରରେ ଆଜି ବିଜେପି ବୁଦ୍ଧିଜାବୀ ପ୍ରକୋଷ୍ଠର ସଂଯୋଜକ ସୁଦର୍ଶନ ନାୟକ ଏବଂ ବରିଷ୍ଠ ବିଜେପି ନେତା ଭୁବନାନନ୍ଦ ତ୍ରିପାଠୀ, ଅବସରପ୍ରାପ୍ତ ଅଡିଟର ଓ ଆକାଉଂଟ ଜେନେରାଲ, ସ୍ତମ୍ଭକାର, ବୁଦ୍ଧିଜୀବୀ ଡ. ହରପ୍ରସାଦ ଦାସଙ୍କୁ ଭେଟି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରିବା ସହ ସେ ସମ୍ବନ୍ଧୀୟ ଏକ ପୁସ୍ତିକା ପ୍ରଦାନ କରିଥଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଭଳି ଐତିହାସିକ ନିଷ୍ପତିକୁ ଡ.ଦାସ ପ୍ରଶଂସା କରିଥିଲେ। ଏହି ଧାରା ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମିରରେ ବିକାଶ ହୋଇପାରିବ ବୋଲି ସେ କହିବା ସହ ରାଷ୍ଟ୍ରୀୟ ହିତରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.