Home ଅପରାଧ ବୁଢା ନଦୀରେ ବୁଡିଯାଇ ବୃଦ୍ଧଙ୍କ ମୃତ୍ୟୁ

ବୁଢା ନଦୀରେ ବୁଡିଯାଇ ବୃଦ୍ଧଙ୍କ ମୃତ୍ୟୁ

82

ଭୁବନେଶ୍ୱର/ଯାଜପୁର୧୮ା୧୦(ଓଡିଆ ପୁଅ/ବିରଞ୍ଚନାରାୟଣ ପତ୍ରୀ) ଯାଜପୁରେ ଜିଲ୍ଲା ଅଢଙ୍ଗ ବୁଡାନଦୀରେ ଗାଧୋଇବା ବେଳେ ଚଇନପୁର ପଞ୍ଚାୟତ ଗୁରୁଦାସପୁର ଗ୍ରାମର ବନମାଳି ଜେନା ନଦୀରେ ବୁଡି ମୃତବରଣ କରିଥିବା ପୁଲିସ ସୁତ୍ରରୁ ସୁଚନା ମିଳିଛି । ବନମାଳି ଜେନା ଙ୍କୁ ସ୍ଥାନୀୟ ବାସିନ୍ଦା ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା । ଆଜି ସକାଳେ ହଜାରିସାହି ନିକଟରେ ସ୍ଥାନୀୟଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତଦେହ ବନମାଳିଙ୍କର ବୋଲି ଜଣାପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.