Home ଓଡ଼ିଶା ମହିଳାଙ୍କ ଚୁଟି କାଟିଲେ ଲୋକେ

ମହିଳାଙ୍କ ଚୁଟି କାଟିଲେ ଲୋକେ

518

ପାରାଦୀପ,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ଲକପଡାରେ ଥିବା ନିୟୁ ଜଗନ୍ନାଥ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି । ଅନୈତିକ ସମ୍ପର୍କର ଅଭିଯୋଗ ଆଣି ଜଣେ ମହିଳାଙ୍କ ଚୁଟି କାଟିବା ସହ ଯୁବକଙ୍କୁ ଅଧା ଲଣ୍ଡା କରିଛନ୍ତି ସ୍ଥାନୀୟ ଲୋକେ ।ତେବେ ସୂଚନା ଅନୁସାରେ, ବୁଧବାର ନିୟୁ ଜଗନ୍ନାଥ କଲୋନୀରେ ରହୁଥିବା ଜଣେ ଯୁବକ ରାତିରେ ନିଜ ପଡୋଶୀ ଘରକୁ ଯାଇଥିଲେ । ଏହି ସମୟରେ କଲୋନୀ ଲୋକେ ପ୍ରଥମେ ଘର ବାହାର ପଟୁ ତାଲା ପକାଇବା ସହ ପରେ ଉଭୟ ମହିଳା ଓ ଯୁବକଙ୍କୁ ଗଛରେ ବାନ୍ଧି ମହିଳାଙ୍କ ଚୁଟି କାଟିବା ସହ ଯୁବକଙ୍କୁ ଅଧା ଲଣ୍ଡା କରିଥିଲେ । ପରେ ଗୁରୁବାର ସକାଳେ ଖବର ପାଇ ପାରାଦୀପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି ।ତେବେ ଯୁବକ ଜଣକ ଧାର ନେଇଥିବା ଟଙ୍କାକୁ ଫେରାଇବାକୁ ମହିଳାଙ୍କ ଘରକୁ ଯାଇଥିଲେ । ହେଲେ ଏହାକୁ କଲୋନୀ ଲୋକ ଭୁଲ୍‌ ବୁଝି ଏଭଳି କରିଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପାରାଦୀପ ଆଦର୍ଶ ଥାନା ପୋଲିସ ୭ଜଣ ମହିଳା ଓ ୩ଜଣ ପୁରୁଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.