Home ଓଡ଼ିଶା ଗୋଚର ଜମିକୁ ବେଆଇନଭାବେ ଅକ୍ତିଆର

ଗୋଚର ଜମିକୁ ବେଆଇନଭାବେ ଅକ୍ତିଆର

158

କେନ୍ଦୁଝର ,୧୮/୧୦,(ଓଡ଼ିଆ ପୁଅ ପି ନାଏକ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ବାଲିବରେଇ ଗାଁରେ ଗୋଚର ଜମି କୁ ନେଇ ବିବାଦ ଦେଖାଯିବା ସହ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ  କିଛି ଅସାଧୁ ବ୍ୟକ୍ତି ଗୋଚର ଜମିକୁ ଜବରଦସ୍ତ ନିଜ ଅକ୍ତିଆରକୁ ନେଇଥିବା ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ରାମକୃଷ୍ଣପୁର ଗାଁର ପ୍ରାଣବନ୍ଧୁ ନାୟକ ଦୀର୍ଘ ବର୍ଷ ହେବ ଗୋଚର କିସମ ଜମି ଗ୍ରାମ୍ୟ ଜଙ୍ଗଲ ଓ ସାଳନ୍ଦୀ ନଦୀ ପଠାରେ ଥିବା ୨୦ ଏକରରୁ ଅଧିକ ଅଵ୍ୟଵସ୍ଥିତ ଅବସ୍ଥାରେ ଥିବା ଜମି ଉପରେ ବିଭିନ୍ନ ପ୍ରକାର ଚାରା ରୋପଣ କରି ପରିବେଶକୁ ସ୍ୱଚ୍ଛ କରିବା ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ଆତୁରୀ କଣା ଗାଁରେ ଦେବେନ୍ଦ୍ର ପ୍ରଧାନ ଵିଲୋଚନ ନାୟକ ମାନସ ନାୟକ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଲଗାଇଥିବା ଚାରାଗୁଡ଼ିକୁ ଓପାଡି ଦେଇ ସେଠାରେ ତାରବାଡ଼ ଓ ସିମେଣ୍ଟ ଖୁଣ୍ଟ ପୋତି ଦଖଲ କରିଛନ୍ତି । ଏନେଇ ଗ୍ରାମବାସୀ ହାଟଡିହି ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.