Home ଜିଲ୍ଲା ପରିକ୍ରମା ବୀରେନ୍ଦ୍ର କୁମାର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ, ଅପୂର୍ବ ଏକ ଉଚ୍ଛ୍ୱାସ, ସୃଜନର ଦିବ୍ୟ ନିର୍ମାଲ୍ୟ

ବୀରେନ୍ଦ୍ର କୁମାର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ, ଅପୂର୍ବ ଏକ ଉଚ୍ଛ୍ୱାସ, ସୃଜନର ଦିବ୍ୟ ନିର୍ମାଲ୍ୟ

32
???????

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୀରେନ୍ଦ୍ର କୁମାର ଦାସ ଘାସ ପରି ନିରୀହ, ଲୁହପରି କରୁଣ, ଫୁଲ ପରି କୋମଳ, ଶିଶୁପରି ସରଳ ଜଣେ ନିଃସ୍ୱାର୍ଥପର ମହନୀୟ ବିଦ୍‌ଗଧ ଅଧ୍ୟାପକ ଥିଲେ। ନିଜର ସାହିତ୍ୟ କଳାକୃତି ସହିତ ବହୁ ସାହିତ୍ୟିକଙ୍କୁ ନବ ଦିଗନ୍ତ ଦେଖାଇ ତାଙ୍କ ଅମ୍ଳାନ ପ୍ରତିଭାକୁ ନେଇ ଚିର ଅମର ରହିଛନ୍ତି ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସ। ତାଙ୍କ ଅବର୍ତ୍ତମାନରେ ପରିଚିତ ପରିମଣ୍ଡଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହରେ ଆମନ୍ତ୍ରିତ ଅତିଥି ତାଙ୍କ ବ୍ୟକ୍ତିତ୍ୱର ବିବିଧତାକୁ ଏହିପରି ବ୍ୟକ୍ତ କରିଥିଲେ। ଭଦ୍ରକ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ତାଙ୍କର ପ୍ରାକ୍ତନ ଛାତ୍ର ପ୍ରଫେସର ଡ. ନାରାୟଣ ସେନାପତିଙ୍କ ସଞ୍ଚାଳନରେ ଅନୁଷ୍ଠିତ ସ୍ମୃତି ଶ୍ରଦ୍ଧାଞ୍ଚଳି ସମାରୋହରେ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ସମାଜସେବୀ ତ୍ୟାଗଭୂମିର ସଂପାଦକ ଅଜୟ କୁମାର ନାୟକ, ପୂଜ୍ୟପୂଜା ସଂସର ସଭାପତି କରୁଣାକର ବେହୁରିଆ ଯୋଗ ଦେଇଥିଲେ। ମଞ୍ଚ ଆମନ୍ତ୍ରଣ କରିଥିଲେ କବି ଶ୍ରୀ ବିଜୟ କୁମାର ବହଳୀ ଓ ସ୍ୱାଗତ ଭାଷଣ ସମ୍ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ପୂଜ୍ୟପୂଜା ସଂସଦର ସଂପାଦକ ରୂପକ ବିହାରୀ ରାୟ। ଏହି ଅବସରରେ ବୀରେନ୍ଦ୍ର କୁମାର ଦାସ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସ୍ମୃତି ଫର୍ଦ୍ଦ ସ୍ମରଣିକାଟିଏ ସମବେତ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଉପସ୍ଥିତ ଆମନ୍ତ୍ରିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡ. ବଳରାମ ମିଶ୍ର, ଡ. ଅବନୀ ପ୍ରଧାନ, ଅଧ୍ୟାପକ ରତିକାନ୍ତ ମହାନ୍ତି, ହରିଶ ଦାସ, ମନୋରମା ରାୟ, ଶ୍ରୀଦିବ୍ୟ ସିଂହ ଦାସ ଅଧିକାରୀ, ଗୌରାଙ୍ଗଚରଣ ବାରିକ, ନରେଶ ଲେଙ୍କା, ସୁଧାକର ରାଉତ, ଅଧ୍ୟାପକ ଅଭୟ ଦାସ, ସଂପାଦକ ବିନାଶ ଶତପଥୀ, ଗୀତାରାଣୀ ଆଇଚ, ସାମ୍ବାଦିକ ଗୌରହରି ନାୟକ, ବ୍ୟାଙ୍ଗକବି ଗୋକୁଳାନନ୍ଦ ରାଉତ ସ୍ୱର୍ଗତଃ ବୀରେନ୍ଦ୍ର କୁମାର ଦାସଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ବିଜୟ ବହଳୀ ଓ କବୀ ଜାନକୀ ପାଢ଼ୀ କବିତା ପାଠ କରିଥିବା ବେଳେ, ବେଦପାଠ କରିଥିଲେ ବିକାଶ ଶତପଥୀ। ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହକୁ ସ୍ୱର୍ଗତଃ ବୀରେନ୍ଦ୍ର କୁମାର ଦାସଙ୍କ ପରିବାରବର୍ଗ ଓ ତଥା ଆତ୍ମୀୟ ସ୍ୱଜନ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନ୍ତିମ ପର୍ବରେ ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ସୁଯୋଗ୍ୟ କନ୍ୟା ଲିଜା ଦାସ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.