Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିଆଡ ଉଦ୍‌ଘାଟିତ, ଯୋଗ ଜୀବନ ଆନନ୍ଦର ଏକ ଶ୍ରେଷ୍ଠ ମାଧ୍ୟମ

ଭଦ୍ରକ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିଆଡ ଉଦ୍‌ଘାଟିତ, ଯୋଗ ଜୀବନ ଆନନ୍ଦର ଏକ ଶ୍ରେଷ୍ଠ ମାଧ୍ୟମ

26

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନ୍ଦୁମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିଆଡ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଯୋଗଦାନ କରି ଯୋଗ ଶିବିରକୁ ଉଦ୍‌ଘାଟନ କରି ଯୋଗ ଜୀବନ ଆନନ୍ଦର ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ମତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ଯୋଗଦାନ କରି ଯୋଗ ଛାତ୍ରଛାତ୍ରୀମାନଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଚକ୍ରଧର ମଲ୍ଲିକ ଯୋଗଦାନ କରି ଯୋଗ ଉପରେ ମତ ରଖିଥିଲେ। ଶାରୀରିକ ଶିକ୍ଷା ନୀରିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ବିଶ୍ୱାଳ ବିବରଣୀ ପାଠ କରିଥିଲେ। ବିନ୍ଦୁମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଶିବିରରେ ପୌରୋହିତ୍ୟ କରି ଯୋଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଅବ୍ୟର୍ଥ ଔଷଧ ବୋଲି କହିଥିଲେ। ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ହେମନ୍ତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ସଙ୍ଗୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଶାରୀରିକ ଶିକ୍ଷା ଶିକ୍ଷକ ରାଜେନ୍ଦ୍ର ନାୟକ, ପ୍ରଭାତ କୁମାର ଜେନା, ଅଶୋକ ପଣ୍ଡା, ଦେବାଶୀଷ ଆଚାର୍ଯ୍ୟ, ବିଜୟ ସାମଲ, ଅମୁଲ୍ୟ ମହାପାତ୍ର, ମାନସ ନାୟକ, ପବିତ୍ର ମୋହନ ଦାସ ଶିକ୍ଷୟିତ୍ରୀ ବିକଶି ସାହୁ, ସୁପ୍ରଭା ରାଉତ, ମାନସୀ ପ୍ରଧାନ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରକୁ ନିର୍ବାଚିତ କରିବାରେ ସାହାଯ୍ୟ କରିଥିଲେ। ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ମନୋଜ ଶଙ୍ଖୁଆ, ଗିରିଜା ରମଣ ଜେନା, ଗଂଗାଧର ସେଠୀ, ପୟୋଧର ମହାଳିକ, ରାଜେନ୍ଦ୍ର ନାୟକ, ଦିଲ୍ଲିପ କୁମାର ରାଉତ ବ୍ଲକସ୍ତରୀୟ ସମ୍ପାଦକ ରୂପେ ପ୍ରତିନିଧିତ୍ୱ କରି ଶିବିରକୁ ସରସ ସୁନ୍ଦର କରିବାରେ ସାହାଯ୍ୟ କରିଥିଲେ। ଏହି ଯୋଗ ଶିବିରରେ ଭଦ୍ରକ ଜିଲ୍ଲାରୁ ୧୧୨ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାବେ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୬ ପ୍ରତିଯୋଗୀ ରାଜ୍ୟସ୍ତରକୁ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ପ୍ରତିଯୋଗୀମାନେ ମେ ମାସ ୨୮ ରୁ ୩୦ ତାରିଖ ମଧ୍ୟରେ ଭୁବନେଶ୍ୱରର ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଶ୍ରୀଯୁକ୍ତ ତପନ ମିଶ୍ରଙ୍କ ସହ ଜିଲ୍ଲାର ଅନେକ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦାନ କରି ପରିଚାଳନାରେ ସହଯୋଗ କରିଥିଲେ। ବିନ୍ଦୁମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଶିବିରକୁ ସାଫଲ୍ୟମଣ୍ଡିତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.