Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ଶିବିରରେ ୮ ୧ଟି ଜନାଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ଭଣ୍ଡାରିପୋଖରୀ ଶିବିରରେ ୮ ୧ଟି ଜନାଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

36

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଆୟୋଜନ ନେଇ ପୂର୍ବ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଣ୍ଡାରିପୋଖରୀ ବ୍ଲକ ସମ୍ମିଳନୀ ଗୃହରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଏଥିରେ ଯୋଗ ଦେଇ ସମୁଦାୟ ୮୧ଟି ଅଭିଯୋଗର ଶୁଣାଣି କରିଛନ୍ତି। ସେଥିମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ୬୦ଟି, ସି.ଏମ୍‌‌. ଆର୍‌.ଏଫ୍‌. ସମ୍ବନ୍ଧୀୟ ୧ଟି ଓ ସାମୂହିକ ସମସ୍ୟା ଭିତ୍ତିକ ୨୦ଟି ଅଭିଯୋଗ ଥିଲା। ଚିକିତ୍ସା ଜନିତ ସ୍ୱାସ୍ଥ୍ୟ ବିଭାଗ ସମ୍ବନ୍ଧୀୟ ୨ଟି, ୪/୫ମାସ ହେଲା ୧୨ବର୍ଷ ବୟସର ପିଲା ନିଖୋଜ ଥିବା ନେଇ ପୋଲିସ୍ ବିଭାଗୀୟ୧ଟି ଅଭିଯୋଗ ସହ ସାମାଜିକ ସୁରକ୍ଷା ବିଭାଗରେ ଭତ୍ତା ମଞ୍ଜୁରୀ, ଭତ୍ତା ପ୍ରାପ୍ୟଟଙ୍କା ଆକାଉଣ୍ଟକୁ ଯାଇ ନଥିବା, ଜାଗା ଜବରଦଖଲ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ସହାୟତା, ରେସନକାର୍ଡ଼ ଓ ରେସନ ସାମଗ୍ରୀ ଉପଲବ୍‌ଧ ନେଇ ସୁବିଧା କରାଯିବା, ଶିକ୍ଷା ବିଭାଗରେ ସ୍କୁଲ ମିଶ୍ରଣ ନେଇ ସୃଷ୍ଟି ଅସୁବିଧା, ରାସ୍ତା ନିର୍ମାଣ, ବନ୍ୟା ସମସ୍ୟା ନେଇ ଜଳସେଚନ ବିଭାଗ ଦ୍ୱାରା ନଦୀବନ୍ଧ ବ୍ୟବସ୍ଥା ଆଦି ସମ୍ବନ୍ଧୀୟ ଅଭିଯୋଗ ଶିବିରରେ ଆଗତ ହୋଇଥିଲା। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଧାମନଗର ଏସ୍‌.ଡ଼ି.ପି.ଓ. ବିଜୟ କୁମାର ମହାପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା, ଭଣ୍ଡାରିପୋଖରୀ ବି.ଡ଼ି.ଓ. ଦେବଦତ୍ତ ଦାସ, ତହସିଲଦାର ସରୋଜ କୁମାର ନାୟକ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଏହି ଶିବିରରେ ଯୋଗ ଦେଇଥିଲେ। ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ନବ ନିର୍ବାଚିତ ଜନ ପ୍ରତିନିଧି ଗଣମାଧ୍ୟମ ପ୍ରତିନିଧିମାନେ ଏହି ଶିବିରରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.