Home ଜିଲ୍ଲା ପରିକ୍ରମା ବି.ଏସ.ପି ଭଦ୍ରକ କାର୍ଯ୍ୟାଳୟରେ ପାର୍ଟିର ଜନକ କାଂଶିରାମ ସାହେବଙ୍କ ୬୦ତମ ଜନ୍ମଦିନ ପାଳିତ

ବି.ଏସ.ପି ଭଦ୍ରକ କାର୍ଯ୍ୟାଳୟରେ ପାର୍ଟିର ଜନକ କାଂଶିରାମ ସାହେବଙ୍କ ୬୦ତମ ଜନ୍ମଦିନ ପାଳିତ

6

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୧୦ ଘଟିକା ସମୟରେ ବହୁଜନ ସମାଜପାର୍ଟି ଜିଲ୍ଲା କାର୍ଯ୍ୟାଳୟ ସାହାପୁରଠାରେ ବହୁଜନ ନାୟକ ଦାଦା ସାହେବ କାଂଶିରାମ ୬୦ତମ ଜନ୍ମଦିବସ ପାଳିତ ହୋଇଯାଇଛି । ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି, ଧିମାନ ପଂଚାନନ ଯେନଜୀ ଏହି ସଭାରେ ସଭାପରିଚାଳନା କରିଥିଲେ ଏବଂ ବାମସେଫ, ଡି.ଏସ.ଫୋର ସାତୋଟି ବିଧାନସଭା ଏବଂ ଲୋକସଭାର କେଣ୍ଡିଡେଟ ମାନଙ୍କବନ୍ଧୁମିଳନ ଏବଂ ବାମସେଫର କମିଟି ଗଠନ ପାଇଁ ଓ ପ୍ରତ୍ୟେକ ବୁଥ କମିଟି ବ୍ଲକ କମିଟି ପୂର୍ଣ୍ଣାଙ୍ଗ ପାଇଁ ଆଲୋଚନା କରାଯାଇଥିଲା । ୨୦୨୪ରେ କିପରି ଭୋଟସଂଖ୍ୟା ବୃଦ୍ଧିହେବ ଏହାର ରଣନୀତି ପ୍ରସ୍ତୁତ କରାଯାଇଥିଲା ଏବଂ ଭଣ୍ଡାରିପୋଖରୀ ବିଧାନସଭାର ଏମଏଲଏ ପ୍ରାର୍ଥୀ ମନୋଜ କୁମାର ଯେନା, ସମର୍ଥକ ରତ୍ନାକର ଯେନା, ପ୍ରସ୍ଥାବକ ସୁବାସ ଚନ୍ଦ୍ର ଜେନା, ଏମପି ପ୍ରାର୍ଥୀ ସର୍ବେଶ୍ୱର ବେହେରା, ସମର୍ଥକ ସତ୍ୟବାବୁ ପ୍ରସଥାବକ ପଂଚାନନ ଯେନା , ବାସୁଦେବପୁର ୪୫-ପରେଶ ମୁଦୁଲି, ଚାନ୍ଦବାଲି ୪୭- ଶୁଭେନ୍ଦୁ ବିଶ୍ୱାଳ, ଖଇରା ୪୧ – ପୃଥିରାଜ ଦାସ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଥିଲେ ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ଚରଣ ମଲିକ, ଭଦ୍ରକ ଲୋକସଭା ପ୍ରଭାରୀ ମାଧବାନନ୍ଦ ମଲିକ ସମ୍ମାନିତ ଅତିଥି ବ୍ୟାଙ୍କ ଅଫିସର ବୈଲୋଚନ ମଲିକ, ରିଟାଏର୍ଡ ବ୍ୟାଙ୍କ ଅଫିସର ବାସୁଦେବ ମଲିକ, ଏସ.ବି.ଆଇ ବ୍ୟାଙ୍କ ଅଫିସର ଅଶୋକ ଯେନା, ରିଟାଏର୍ଡ ଅଫିସର ପୂର୍ଣ୍ଣଚନ୍ଦ୍ର ସେଠୀ । ଭଦ୍ରକ ଜିଲ୍ଲାର ଉପସଭାପତି ସୁବାସ ଯେନା, ସାଧାରଣ ସମ୍ପାକଦ ଶୁଭେନ୍ଦୁ ମଲ୍ଲିକ, ସୌଭାଗ୍ୟ ଯେନା, ସତ୍ୟବାନ ମଲିକ, ଭରତ ଚନ୍ଦ୍ର ଦାସ, ସରୋଜ ମହାଳିକ, ରତ୍ନାକର ଯେନା, ଶୁଶାନ୍ତ ଯେନା, ସୁରେନ୍ଦ୍ର ମଲିକ, ପ୍ରଫୁଲ୍ଲ ମଲିକ, ରାଜୂ ସାମଲ, ଭାଗବତ ମଲିକ, ସନ୍ତୋଷ ଜେନା, ବଳରାମ ଯେନା ସଭାରେ ଯୋଗଦେଇଥିଲେ । ସଭା ଶେଷରେ ଜିଲ୍ଲା ଉପସଭାପତି ସୁବାଶ ଯେନା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.