Home କୋରାପୁଟ ବିିବାଦୀୟ ଫଗୁସେନେରୀ ଗ୍ରାମରେ କୋରାପୁଟ ଜିଲ୍ଲାପାଳ କମ୍ବଲ ବାଟିଂବା ସହ ସମସ୍୍ୟା ୩ ମାସରେ ସମାଧାନ...

ବିିବାଦୀୟ ଫଗୁସେନେରୀ ଗ୍ରାମରେ କୋରାପୁଟ ଜିଲ୍ଲାପାଳ କମ୍ବଲ ବାଟିଂବା ସହ ସମସ୍୍ୟା ୩ ମାସରେ ସମାଧାନ କରିବାକୁ ପ୍ରତିଶୃତି ଦେଲେ

217

କୋରାପୁଟ ; ତା୦୮-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ)ବିବାଦୀୟ କୋଟିଆ ଗ୍ରାମପୁଞର ଫଗୁଣସେନେରୀ ଗ୍ରାମକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଗସ୍ତ କରିଥିଲେ ।କୋରାପୁଟ ଜିଲ୍ଲାପ୍ରଶାସନ ଆନୁକୁଲ୍ୟରେ ଏକ ଜନ ସଂପର୍କ ଶିବିର ଆୟୋଜନ କରାଯାଇଥିଲା ।ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ଲୋକଙ୍କଠାରୁି ସମସ୍୍ୟା ସଂପର୍କରେ ପଚାରି ବୁଝିଥିଲେ ।ଲୋକମାନେ ଗ୍ରାମରେ ରସ୍ତାଘାଟର ସମସ୍୍ୟା ଥିବା ବେଳେ ଭତା ଓ ଚାଉଲ ପାଇଁ କୋଟିଆ ଯିବା କଷ୍ଟକର ହେଉଥିବା ଜଣେଇବା ସହ ଗ୍ରାମରେ ଏକ ନଳକୂପ ସ୍ଥାପନ କରିବାକୁ ଦାବି କରିଥିଲେ ।ଚାଉଳ ଓ ଭତା ପାଇଁ ବ୍ଲକ ପ୍ରଶାସନ ଫଗୁଣସେନେରୀ ଆସି ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ନିଦେ୍ର୍ଦଶ ଦେଇଥିଲେ ।ଗ୍ରାମରେ ଏକ ନଳକୂପ ଖନନ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି କମ୍ବଲ ବଟଂନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସମାଜସେବୀ ରଞିତ ପାଙ୍ଗୀ ପରିଚାଳନା କରିଥିଲେ । ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଅରୁଣ କୁମାର ପଟନାୟକ ,ସହକାରୀ ଯନ୍ତ୍ରୀ ଗଣେଷ ହେମ୍ବ୍ରମ , ଏନଏଚଏମ ରକନିଷ୍ଠ ଯନ୍ତ୍ରୀ ରମାକାନ୍ତ ରଥ , ବିଇଓ ସୁରଂଜନ ବାଗ ,ସିଆରସିସି ସୀତାନାଥ ନାୟକ ,ତହସିଲଦାର ଅରୁଣ କୁମାର ଖଣ୍ଡା , ସହକାରୀ କୃଷି ଅଧିକାରୀ ଅଭିମନ୍ୟୁ ସ୍ୱାଇଁ ,ବ୍ଲକର ଯନ୍ତ୍ରୀ ବିଜୟ କୁମାର ନନ୍ଦ , ବିଏସଏସଓ ସୈାଦାମିନୀ ପ୍ରଧାନ , ଡାକ୍ତର ଦୁର୍ଗାମାଧବ ପଣ୍ଡା ,ଏପିଓ ସୈାମେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଫଗୁଣସେନେରୀ ଗ୍ରାମକୁ ପ୍ରଥମ ଥର ପାଇଁ ଜିଲ୍ଲାପାଳ ଆସିଥିବାରୁ ଗ୍ରାମବାସୀମାନେ ଖୁସି ପ୍ରକଟ କରିଥିଲେ ।ଏଥିପୂର୍ବରୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି କୋଟିଆଠାରେ ନିର୍ମାଣ ହେବାକୁ ଥିବା ହସପିଟାଲ ଓ କ୍ଲଷ୍ଟର ଗୃହ ନିର୍ମାଣର ଅଗ୍ରଗତି ଦେଖିଥିଲେ ।ହସପିଟାଲ ଓ କ୍ଲଷ୍ଟର ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ପାଇଥିଲେ ।
କୋଟିଆ ଗ୍ରାମପୁଞରେ ରାଜ୍ୟ ସରକାରର ବିକାଶର ଧାରା ଚାଲିଥିବା ବେଳେ ଆନ୍ଧ୍ର ଅନୁପ୍ରବେଶ କରି ଗ୍ରମାବାସୀଙ୍କୁ ଅର୍ଥ ଦେଇ ଲୋଭ ଦେଖାଇବା ଉଦବେଗର ବିଷୟ ବୋଲି ସମାଜସେବୀ ରଞିତ ପାଙ୍ଗୀ ପ୍ରକାଶ କରିଥିଲେ ।ଆନ୍ଧ୍ର ଅଧିନରେ ଥିବା ଚିକାପାରୁ ଗ୍ରାମରେ ଆନ୍ଧ୍ର ବିକାଶ କରୁ ନ ଥିବାରୁ ଉକ୍ତଗ୍ରାମବାସୀ ଓଡିଶାରେ ମିଶିବାକୁ ନିବେଦନ କରିଥିବା ସେ ସୂଚନା ଦେଇଥିଲା ।ନିଜ ଗ୍ରାମରେ ବିକାଶ କରୁ ପାରୁ ନ ଥିବା ବେଳେ କାହିଁକି ଓଡିଶାର କୋଟିଆ ଗ୍ରାମପୁଞରେ ଅନୁପ୍ରବେଶ କରୁଛି ବୋଲି ସେ ପ୍ରକାଶ କରିବା ସହ ଏଥିରୁ ହଟିବା ପାଇଁ ସେ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.