Home କଟକ ବିସ୍ଫୋରକ ବାଣ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ – ଡି.ସି.ପି 

ବିସ୍ଫୋରକ ବାଣ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ – ଡି.ସି.ପି 

33

କଟକ, ୨୦/୧୦ (ଓଡ଼ିଆ ପୁଅ/ଅଭୟ ଜେନା) ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ଏବଂ କାଳୀ ପୂଜା। ଦୀପାବଳି ଓ କାଳୀପୂଜାକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛି କଟକ କମିଶନରେଟ ପୋଲିସ। ଯେଉଁ ଯେଉଁ ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ମିଳିଛି କେବେଳ ସେହି ସ୍ଥାନରେ ହିଁ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ। ଯେଉଁ ବାଣକୁ ବିକ୍ରି ପାଇଁ ଅନୁମତି ମିଳିଛି ସେହି ବାଣକୁ ହିଁ ବାଣ ବ୍ୟବସାୟୀ ବିକ୍ରି କରିବେ। କୌଣସି ପ୍ରକାର ବିସ୍ପୋରକ ବାଣ ବିକିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ସୁରକ୍ଷା ଦୃଷ୍ଟିରୁ ବାଣ ଦୋକାନ ନିକଟରେ ପୋଲିସ ମୁତୟନ ରହିବେ। କାଳୀପୂଜା ଏବଂ ଭଷାଣି ପାଇଁ କଟକ ସହର ରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ପୋଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.