Home Top News ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

31

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଆସୁଥିବାବେଳେ ଆଜି ଅଚାନକ ଭିଜିଲାନ୍ସ ବିଭାଗର ଦୃଷ୍ଟି ପଡିଛି ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ। ବାସଭବନରେ କୌଣସି କାର୍ଯ୍ୟ ପାଇଁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ବାନ୍ଧି ନେଲା ଭିଜିଲାନ୍ସ ବିଭାଗ। ସୂଚନା ଯେ ନିଜ ଭିଣୋଇଙ୍କୁ ପୂଜା ଉପହାର ଦେବା ଲାଗି ଠିକାଦାରମାନଙ୍କ ପାଖରୁ ରଖିଥିବା ଏହି ଟଙ୍କା ଭିଜିଲାନ୍ସ ହାତରେ ପଡିଛି। ବିଭାଗ ତରଫରୁ ତାଙ୍କ ଅଫିସ, ଗ୍ରାମ ଏବଂ ଶ୍ୱଶୁର ଘରେ ଏକକାଳୀନ ରେଡ୍ ଚାଲିଛି। ଏଠାରେ ପ୍ରଶ୍ନ ଉଠୁଛି ଜିଲାରେ ଅନେକ ଏପରି ଖାଉଛନ୍ତି ଏବଂ ଅନେକ ଭିଜିଲାନ୍ସ ମାମଲାରେ ଜଡିତ ହୋଇ ପୁଣି ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଏବେ ଚର୍ଚ୍ଚା ହେଉଛି ଆଗକୁ ପୂଜା ବଜାର ଆସୁଥିବାବେଳେ ଯେମିତି କି ଗୋଟିଏ ଛନକା ପସିଛି ସବୁ ସରକାରୀ ବାବୁମାନଙ୍କର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.