Home ଜିଲ୍ଲା ପରିକ୍ରମା ବିଶ୍ୱ ସଂସ୍କୃତ ଦିବସ ସମାରୋହ

ବିଶ୍ୱ ସଂସ୍କୃତ ଦିବସ ସମାରୋହ

22

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକଭାଷା ପ୍ରଚାର ସମିତିଃ, ଭଦ୍ରକ ଶାଖା ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ସମାରୋହ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ୱରେ ସରସ୍ୱତୀ ବିହାରଠାରେ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ହୋଇଯାଇଅଛି । ଭଦ୍ରକ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷଣ, ସଂସ୍କୃତ ନାଟକ, ସଂସ୍କୃତ ସଂଗୀତ ଓ ଗୀତାବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏବଂ ସଂସ୍କୃତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ମୁଖ୍ୟ ଅତିଥିଭାବେ ଇଂରାଜୀ ପ୍ରଫେସର ଡ. ବ୍ରଜମୋହନ ମିଶ୍ର ଯୋଗଦେଇ ସଂସ୍କୃତଭାଷାର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱାରୋପ କରିଥିଲେ । ଇତିହାସ ଶାସ୍ତ୍ରବିତ୍ ପ୍ରଫେସର ଡ. ଭାଗବତ ତ୍ରିପାଠୀ ଭାରତବର୍ଷର ଇତିହାସ ହିଁ ସଂସ୍କୃତ ବୋଲଇ ଅଭିହିତ କରିଥିଲେ । ଗୀତାଚାର୍ଯ୍ୟ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ପଣ୍ଡିତ ଚତୁର୍ଭୁଜ ତ୍ରିପାଠୀ ମଧ୍ୟ ଉଦ୍‌ବୋଧନ ଦେଇଥିଲେ । ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ସଦାନନ୍ଦ ଦୀକ୍ଷିତଙ୍କ ଲୋକଭାଷା ପ୍ରଚାର ସମିତିର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଭଦ୍ରକର ସ୍ୱନାମଧନ୍ୟ ସଂସ୍କୃତ ବିଦ୍ୱାନ ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ର, ପଣ୍ଡିତ ପଦ୍ମନାଭ ପଣ୍ଡା, ପଣ୍ଡିତ ଅମରନାଥ ଶତପଥୀ ଏବଂ ଯାଜପୁରର ବିଦ୍ୱାନ ପଣ୍ଡିତ ଲକ୍ଷ୍ମ୍‌ୀଧର ବେହେରାଙ୍କୁ ସଂସ୍କୃତ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ପଣ୍ଡିତ ଦୈତ୍ୟାରି ଦୀକ୍ଷିତ ବିରଚିତ ସମ୍ପୂର୍ଣ୍ଣ ଗଣେଶପୂଜା ପଦ୍ଧତି ଲୋକାର୍ପଣ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତ ନାଟିକା ଓ ସଂସ୍କୃତ ନୃତ୍ୟ ପରିବେଷିତ ହୋଇଥିଲା । ପ୍ରାରମ୍ଭରେ ସରସ୍ୱତୀ ବୈଦିକ ବିଦ୍ୟାପୀଠର ଛାତ୍ରମାନଙ୍କ ଦ୍ୱାରା ବେଦପାଠ ପରେ ପଣ୍ଡିତ କଳ୍ପତରୁ ଉଦ୍‌ଗାତା ସ୍ୱାଗତ, ଡ. ବିଶ୍ୱରଂଜନ ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ ଓ ପଣ୍ଡିତ ସମରେନ୍ଦ୍ର ଉଦ୍‌ଗାତା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପାତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.