Home ଜିଲ୍ଲା ପରିକ୍ରମା ଡାକ୍ତର ସୁରେନ୍ଦ୍ର ନାଥ ମିଶ୍ରଙ୍କ ବିୟୋଗରେ ସ୍ମୃତିସଭା

ଡାକ୍ତର ସୁରେନ୍ଦ୍ର ନାଥ ମିଶ୍ରଙ୍କ ବିୟୋଗରେ ସ୍ମୃତିସଭା

22

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚିନ୍ତନଚକ୍ରର ପ୍ରତିଷ୍ଠାତା ସଭାପତି ଡାକ୍ତର ସୁରେନ୍ଦ୍ର ନାଥ ମିଶ୍ର ରାକ୍ଷୀ ପୂର୍ଣ୍ଣିମା ରାତି ୯ଟା ୩୦ ମିନିଟ୍ ସମୟରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପରଲୋକ ଗମନ କରିଛନ୍ତି । ତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକଟ କରି ଭଦ୍ରକ ଚିନ୍ତନଚକ୍ର ଓ ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖା ପକ୍ଷରୁ ଭଦ୍ରକ କ୍ଲବ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ମିଶ୍ର ଜଣେ ବାଗ୍ମୀ ପୁରୁଷ ତଥା ପ୍ର୍ରେରଣାର ଅଫୁରନ୍ତ ଉତ୍ସ ଥିଲେ ବୋଲି ଶୋକସଭାରେ ବକ୍ତାମାନେ ବକ୍ତବ୍ୟରେ କହିଥିଲେ । ଡାକ୍ତର ସୁରେନ୍ଦ୍ର ମିଶ୍ର ଏକାଧାରରେ ଜଣେ ଡାକ୍ତର, ସମାଜ ସୁଧାରକ, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ପ୍ରଜ୍ଞାପୁରୁଷ ଥିଲେ । ରୋଗ ଶଯ୍ୟାରେ ଥାଇ ମଧ୍ୟ ମାଗଣାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ । ତାଙ୍କ ବିୟୋଗରେ ଭଦ୍ରକ ଜିଲ୍ଳା ତଥା ପଡ଼ୋଶୀ କେନ୍ଦୁଝର, ଯାଜପୁର ଓ ବାଲେଶ୍ୱର ଜିଲ୍ଳାରେ ଶୋକର ଛାୟା ଖେଳି ଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ଡାକ୍ତର ସୁରେନ୍ଦ୍ର ମିଶ୍ର । ଦୁଇ ଦୁଇଥର ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ସମ୍ମାନିତ ହୋଇଥିଲେ । ଏହି ଶୋକସଭାରେ ଆଇଏମ୍‌ଏର ପୂର୍ବତନ ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ, କନିଷ୍ଠ ଭ୍ରାାତା କ୍ଷୀରୋଦ ମିଶ୍ର, ସଂଚାଳକ ପ୍ର. ଡ. ରମେଶ ଚନ୍ଦ୍ର ନାୟକ, ପ୍ର. ଅଟଳ ବିହାରୀ ନାୟକ, ପ୍ର. ରାମଚନ୍ଦ୍ର ପଣ୍ଡା, ପ୍ର. ରାଇମୋହନ ମହାପାତ୍ର, ଳଲାଟେନ୍ଦୁ ମହାନ୍ତି, ରୋଟାରିଆନ ଗୟାଧର ପଣ୍ଡା, ପ୍ର. ଡ. ଗୋଲକ ବିହାରୀ ସାହୁ, ପଣ୍ଡିତ ଘନଶ୍ୟାମ ଲେଙ୍କା, ପ୍ର. ସଂଗ୍ରାମ ମହାନ୍ତି, ମଦନ ମୋହନ ମହାକୁଡ଼, ରମାକାନ୍ତ ନାଥ, ଶିକ୍ଷାବିତ ଶାନ୍ତନୁ କୁମାର ରାଉତ, ରଞ୍ଜିବ କୁମାର ରାଉତ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ରୋ. ଗୟାଧର ପଣ୍ଡାଙ୍କ ଦ୍ୱାରା ଏକାଦଶାହ ସ୍ମୃତିପତ୍ର ପ୍ରସ୍ତାବକୁ ପ୍ର. ଅଟଳ ବିହାରୀ ନାୟକଙ୍କ ସମେତ ଅନ୍ୟମାନେ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.