Home ଜିଲ୍ଲା ପରିକ୍ରମା ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ସାଧାରଣ ଜ୍ଞାନ ପ୍ରତିଯୋଗିତା

31

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଂସ୍କୃତି ଭବନ, ଭଦ୍ରକ ଠାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା ଶିବାନୀ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବହଳୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ପବିତ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି, ସମ୍ଭକାର ଅଧ୍ୟାପକ ବିଶ୍ୱରଂଜନ ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ବାଲେଶ୍ୱର ଶାଖାର ସହନିର୍ଦ୍ଦେଶକ ଗଗନ କୁମାର ସାହୁ ଓ ଅନ୍ୟ ଅଧିକାରୀ ମୋନାଲିସା ଜେନା ପରିଚାଳନା କରିଥିଲେ। ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ତନ୍ମେଶ ମୁଦୁଲି ଓ ମନସ୍ମିତା ବେହେରା (ପ୍ରଥମ), ସୂର୍ଯ୍ୟାସ୍ନାତ ସ୍ୱାଇଁ, ପ୍ରସାଦରତ୍ନ ପଣ୍ଡା (ଦ୍ୱିତୀୟ), ଶୁଚିସ୍ମିତା ଦାସ, ଦୀପାଳି ମୁଖାର୍ଜୀ (ତୃତୀୟ) ସ୍ଥାନ ଅଧିକାର କରିଥିବା ବେଳେ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଆଶିଷ ପରିଡ଼ା, ବ୍ରତଭାନୁ ପତି(ପ୍ରଥମ), ଅଙ୍କିତା ରାଉତ, ଦେବସ୍ମିତା ବିଶ୍ୱାଳ(ଦ୍ୱିତୀୟ) କଳ୍ପିତା ଦାସ, ରବୀନ ପରିଡ଼ା (ତୃତୀୟ) ସ୍ଥାନ ଅଧିକାର କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ କିଂଚିତ ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଶିଷ ପରିଡ଼ା ଓ ବ୍ରତଭାନୁ ପତିଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକା ଭ୍ରମଣ ପାଇଁ ସୁଯୋଗ ଦେବାକୁ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.