Home ଜିଲ୍ଲା ପରିକ୍ରମା ଭଦ୍ରକ ସାଂସଦଙ୍କୁ ଦୁଃଖ ଜଣାଇଲେ ରେବ-କପାଳୀ କ୍ଷତିଗ୍ରସ୍ତ

ଭଦ୍ରକ ସାଂସଦଙ୍କୁ ଦୁଃଖ ଜଣାଇଲେ ରେବ-କପାଳୀ କ୍ଷତିଗ୍ରସ୍ତ

22

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପ୍ରବାହିତ ରେବ କପାଳୀ ନଦୀ ସଂସ୍କାର ବେଳେ ନିଜର ବାପଗୋସାପ ଅମଳର ପୈତୃକ ଜମି ସହ ଅର୍ଥକାରୀ ଫସଲ, ମୂଲ୍ୟବାନ ଗଛ, ପାନ ବରଜ, ଘରଦ୍ୱାର, ପାଇଖାନା, ଗୋରୁ ଗୁହାଳ ଇତ୍ୟାଦି ହରାଇଥିବା କ୍ଷତିଗ୍ରସ୍ତମାନେ ଦୀର୍ଘ ୧୪ ବର୍ଷ ହେଲା କ୍ଷତି ପୂରଣ ପାଇବାରୁ ବଞ୍ଚିତ ହୋଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରି ଏ ପର୍ଯ୍ୟନ୍ତ କ୍ଷତି ପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରକାଶ ଥାଉ କି, ଗତ ୨୦୦୮/୦୯ ମସିହାରେ ବନ୍ୟା ନିୟନ୍ତ୍ରଣ ଲକ୍ଷ୍ୟ ନେଇ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ରେବ ଏବଂ କପାଳୀ ନଦୀ ସଂସ୍କାର ଆରମ୍ଭ ହୋଇଥିଲା। ସେହି ସମୟରେ ଜନସାଧାରଣଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରା ନଯାଇ ସରକାରଙ୍କ ରାଜସ୍ୱ, ଜଙ୍ଗଲ-ପରିବେଶ, ଭୂଅର୍ଜନ, ପୁନର୍ବାସ ଓ ଥଇଥାନ ଆଦି ନିୟମକୁ ଉଲଂଘନ କରି ଠିକାଦାରମାନେ ଜନସାଧାରଣଙ୍କ ଜମିକୁ ନଦୀ ଗର୍ଭରେ ମିଶାଇ ଚାଲିଗଲେ। ରେବ-କପାଳୀ ନଦୀର ଦୁଇ ପାଶ୍ୱର୍ରେ ଭଦ୍ରକ ଜିଲ୍ଲାର ଧାମନଗର, ଭଦ୍ରକ, ବନ୍ତ, ଭଣ୍ଡାରିପୋଖରୀ ବ୍ଲକର ହଜାରହଜାର ଜନସାଧାରଣଙ୍କର ଏହି କ୍ଷୟକ୍ଷତି ଘଟିଥିଲା। ଏହି ସମୟରେ ଲୋକମାନେ ବାରମ୍ବାର ସରକାରୀ ପ୍ରଶାସନଙ୍କୁ ଜଣାଇ ନିରାଶ ହେବାରୁ ଏକାଧିକବାର ପ୍ରତିବାଦ ଓ ଜନଆନ୍ଦୋଳନ କରି ମଧ୍ୟ ସୁଫଳ ପାଇ ପାରି ନଥିଲେ।

ତେଣୁ ବାଧ୍ୟ ହୋଇ ବିଶିଷ୍ଟ ପରିବେଶବିତ୍‌, ସୁପ୍ରିମ୍ କୋର୍ଟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀଙ୍କ ସହଯୋଗରେ ମାନ୍ୟବର ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଅଭିଯୋଗ ଦାଖଲ କରିଥିଲେ। କମିଶନ୍‌ଙ୍କ ଏକାଧିକବାର କ୍ଷେତ୍ରୀୟ ତଦନ୍ତ ରିପୋର୍ଟ ମାଧ୍ୟମରେ ଜଳସମ୍ପଦ ବିଭାଗ କ୍ଷତି ପୂରଣ ଦେବା ଆରମ୍ଭ କରିଥିଲେ। ଫଳରେ ଜିଲ୍ଲାର ୩୫ଟି ରାଜସ୍ୱ ଗ୍ରାମ କ୍ଷତି ପୂରଣ ପାଇ ପାରିଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଦୀର୍ଘ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ଧାମନଗର, ଭଦ୍ରକ ଓ ଭଣ୍ଡାରିପୋଖରୀ ବ୍ଲକର ୯ଟି ରାଜସ୍ୱ ଗ୍ରାମର ୩୫୦ ଖାତାଧାରୀ ପ୍ରାୟ ୧୦୦୦ ପରିବାର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚାଧିକାରୀଙ୍କ ଅବହେଳା ତଥା ଅମନଯୋଗିତା କାରଣରୁ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। କ୍ଷତିଗ୍ରସ୍ତ ମଧ୍ୟରୁ ଏହାକୁ ଅପେକ୍ଷା କରି କେତେକ ଖାତାଧାରୀ ଜନତା ଆରପାରିକୁ ମଧ୍ୟ ଚାଲିଗଲେଣି। ଏ ସମ୍ପର୍କରେ ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କୁ ଭେଟି ଏକ ସ୍ୱତନ୍ତ୍ର ଆଦେଶ ଭୁବନେଶ୍ୱର ଯାଇ ଆଣାଇଥିଲେ ବି, ଜିଲ୍ଲା ପ୍ରଶାସନ ଅବହେଳାରୁ ତାହା ୨୦୨୨ ମସିହା ଫେବୃଆରୀ ମାସଠାରୁ ଅବଧି ପୁରି ଯାଇଛି। ତେଣୁ ରାଜସ୍ୱ ବିଭାଗର ଏକ ନୂତନ ଆଦେଶର ଆବଶ୍ୟକତା ପଡ଼ୁଛି। ଏହି ପରିପ୍ରେକ୍ଷୀରେ ଆଜି କ୍ଷତିଗ୍ରସ୍ତମାନେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତିି।

ରେବ – କପାଳୀ ନଦୀ ସୁରକ୍ଷା ମଞ୍ଚର ଆବାହକ କାଳନ୍ଦୀ ମଲ୍ଳିକ, ସଭାପତି ଭାଗିରଥି ବେହୁରିଆ, ସମ୍ପାଦକ ଶଙ୍କର୍ଷଣ ଦାସ, ଦିଲିପ ମଳିକ, ସୀତାଂଶୁ ସାମଲ, ଧନେଶ୍ୱର ମଳିକ, ଜୟରାମ ମଳିକ, ମାୟାଧର ସ୍ୱାଇଁ, କୈଳାସ ମଳିକ, ମନୋରଞ୍ଜନ ମଲ୍ଳିକ, ପ୍ରଶାନ୍ତ ରାଉତ, ନିର୍ମଳ ରାଉତ, ଗଦାଧର ବିଶ୍ୱାଳ, ରଙ୍ଗାଧର ରାଉତ, ପ୍ରଫୁଲ୍ଲ ପୁଌକ୍ଷଗ୍ଧ;ିଆଙ୍କ ସମେତ ଶତାଧିକ କ୍ଷତିଗ୍ରସ୍ତ ଜନତା ରଜକିଶୋର ଦାସ, ଚୈତନ୍ୟ ମଳିକ, ଦେବେନ୍ଦ୍ର ଲେଙ୍କା ସାଂସଦଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାହୁ, କୋଠାର ସେବା ସମବାୟ ସମିତି ସଭାପତି ହରେକୃଷ୍ଣ ପାଢୀ, କଟସାହି ସେବା ସମବାୟ ସମିତି ସଭାପତି ସୁଶାନ୍ତ କୁମାର ପଣ୍ଡା, ଗୋବିନ୍ଦପୁର ସରପଞ୍ଚ ସୁବାସ ଚନ୍ଦ୍ର ମହାକୁଡ଼, ଅସୁରାଳି ସରପଞ୍ଚ ମିନତୀ ସାହୁ, ଗଢିଆଳି ସରପଞ୍ଚ ସରୋଜ କୁମାର ସ୍ୱାଇଁ, କଲେଇ ସରପଞ୍ଚ ନିରଞ୍ଜନ ମଲ୍ଲିକ, ସିମତି ସଭ୍ୟା ଅହଲ୍ୟା ମଲ୍ଲିକ ପ୍ରମୁଖ ରାଜନେତା ମାନେ ଯୋଗ ଦେଇ ସାଂସଦ ଶ୍ରୀମତୀ ମଣ୍ଡଳଙ୍କୁ ଜନସାଧାରଣଙ୍କ ଦୁଃଖକୁ ଅବଗତ କରାଇଥିଲେ। ଶ୍ରୀମତୀ ମଣ୍ଡଳ ରାଜସ୍ୱ ବିଭାଗର ପ୍ରମୁଖ ସଚିବଙ୍କୁ ଭେଟି ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତମାନଙ୍କୁ କ୍ଷତିପୂରଣ ମିଳିବାରେ ସହଯୋଗ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.