Home କେନ୍ଦୁଝର ବିଶ୍ୱତାରିଣୀ ମହିଳା କଲେଜର ମୁଖ୍ୟ କିରାଣୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ବିଶ୍ୱତାରିଣୀ ମହିଳା କଲେଜର ମୁଖ୍ୟ କିରାଣୀଙ୍କୁ ବିଦାୟ ସମ୍ବର୍ଦ୍ଧନା

93

ହାଟଡ଼ିହି, ୩୧ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣୀ ରାମଚନ୍ଦ୍ର ବେହେରାଙ୍କୁ କଲେଜ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସକାଳ ୮ଟାବେଳେ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ତାଙ୍କ ଅଣାସ୍ଥିତ ବାସଭବନକୁ ଯାଇ କଲେଜ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ପରେ ଅଧ୍ୟକ୍ଷା ସବିତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଅଧ୍ୟାପକ ରବିନ୍ଦ୍ର କୁମାର ଜେନା, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ନଦୀୟା ମୋହନ ପଟ୍ଟନାୟକ, ଉଷାରାଣୀ ଦାସ, ସୁକାନ୍ତୀ ମହାପାତ୍ର, ହିମାଶୁଂ ଶେଖର ମିଶ୍ର, ରାଜଶ୍ରୀ ଗୋସ୍ୱାମୀ, ଯୁକ୍ତ ତିନି ଅଧ୍ୟକ୍ଷ ପ୍ରଶାନ୍ତ ପହି, ଅଧ୍ୟାପକ ଅଭିରାମ ସାହୁ, ନିରଞ୍ଜନ ଜେନା, ଭକ୍ତ ଚରଣ ସ୍ୱାଇଁ, ବେଦମତୀ ନାୟକ, ଝରଣା ବରାଳ, ସୁବାସ ପାତ୍ର ପ୍ରମୁଖ ଯୋଗଦେଇ ମୁଖ୍ୟ କିରାଣୀ ରାମଚନ୍ଦ୍ର ବେହେରାଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିଥିଲେ । କଲେଜ ସ୍ଥାପନ ଦିନଠାରୁ କିପରି ନିରବଛିନ୍ନ ଭାବେ ସେ ତାଙ୍କ କର୍ତ୍ତବ୍ୟ ସମ୍ପାଦାନ କରିଆସୁଥିଲେ ତାହା ଉପରେ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିବାସହ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କ କଲେଜ ପକ୍ଷରୁ ଉପଢ଼ୌକନ, ମାନପତ୍ର, ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ କଲେଜର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଆରତୀ ମଜମୁଦାର, ଭାରତୀ ଜେନା, ବୁଲି ରାଉତ, ମଧୁସୁଦନ ପାଢ଼ୀ, ଅନାଦି ଜେନା, ଦେବେନ୍ଦ୍ର ସା, ସନ୍ୟାସୀ ସା, ଶିଶିର କୁମାର ସା, ରମାମଣୀ ପଳତା, ସନାତନ ନାୟକ, ବାମଦେବ ସାହୁ, ହରିହର ମଲ୍ଲିକ, ରମାକାନ୍ତ ରଣସିଂ, ପ୍ରଦୀପ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.