Home କେନ୍ଦୁଝର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

29

ହାଟଡ଼ିହି, ୨୯ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଗନ୍ନାଥପୁର-ବସନ୍ତିଆ ର ସରସ୍ୱତୀ ବସ୍ତ୍ରାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ବ୍ୟବସାୟୀ ଓ ସମାଜସେବୀ ମହେନ୍ଦ୍ର କୁମାର ଜେନାଙ୍କ ୬୨ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ଗତ ଦୁଇଦିନ ତଳେ ସେ ଘରେ ଖାଇ ବସିଥିବାବେଳେ ଉଚ୍ଚ ରକ୍ତଚାପରେ ପିଡିଥ ହୋଇଥିଲେ । ପରିବାର ଲୋକେ ତୁରନ୍ତ ଅଶ୍ୱିନୀ ହସପିଟାଲକୁ ନେଇ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତକାଲି ପରଲୋକ ଘଟିଥିଲା । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର ଡାକ୍ତରଖାନାରୁ ନିଜ ଗାଁ ମରୈଗାଁ ପଞ୍ଚାୟତ ବନ୍ତଳା ଗାଁରେ ପହଞ୍ଚିବାପରେ ଉଦୟନାଥ କର, ମହେନ୍ଦ୍ର କୁମାର ପଳତା, ସ୍ମୃତି ରଞ୍ଜନ ପଣ୍ଡା, ସୁଧାଶୁଂ ରାଉତ, ଗଣେଶ ପଣ୍ଡା, ସୁକାନ୍ତ ପଣ୍ଡା, ଅନନ୍ତ ମିଶ୍ର, ଦୀନବନ୍ଧୁ ପତି, ଅଜୟ ରଥଙ୍କସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାିବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ବିଜୟ ମୁଖାଗ୍ନି ଦେଇଥିବାବେଳେ ଦାଦା ଉତ୍ତମ ଜେନା, ଭାଇ ନରେନ୍ଦ୍ର, ସୁରେନ୍ଦ୍ର, ଜିତେନ୍ଦ୍ର, ପଞ୍ଚାନନ, ବିଧବା ପତ୍ନୀ ଉଜ୍ଜଳ, ବିଳାସିନୀ, ସତ୍ୟଭାମା, ଅତସୀରାଣୀ, ରଶ୍ମୀରାଣୀ, ପୁଅ ରତ୍ନାକର, ପୁତୁରା କୃଷ୍ଣଚନ୍ଦ୍ର, ଶକ୍ତିରଞ୍ଜନ, ସୌମ୍ୟ ରଞ୍ଜନ, ରୁଦ୍ର ପ୍ରକାଶ, ଶୁଭମ, ଆକାଶ, ସୌମ୍ୟ ରଞ୍ଜନ, ସୌମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.