Home ଓଡ଼ିଶା ବିଶିଷ୍ଟ ବିଦ୍ୟୁତ୍ କର୍ମଚାରୀ ନେତା କମ୍ରେଡ଼ ମିଛୁ ମିଶ୍ରଙ୍କ ବିୟୋଗ

ବିଶିଷ୍ଟ ବିଦ୍ୟୁତ୍ କର୍ମଚାରୀ ନେତା କମ୍ରେଡ଼ ମିଛୁ ମିଶ୍ରଙ୍କ ବିୟୋଗ

12

ଭୁବନେଶ୍ୱର, ୬/୩– (ଓଡ଼ିଆ ପୁଅ) ଓଡ଼ିଶା ବିଦ୍ୟୁତ୍ କର୍ମଚାରୀମାନଙ୍କର ବିଶିଷ୍ଟ ନେତା ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭୁବନେଶ୍ୱର ଜୋନ କମିଟିର ପୁରୁଖା ସଦସ୍ୟ କମ୍ରେଡ଼ ମିଛୁ ମିଶ୍ରଙ୍କର ଗତକାଲି ରାତି ୩.୩୦ ସମୟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ସମ୍ବାଦ ପାଇ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା, ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ଭୁବନେଶ୍ୱର ଜୋନ୍ ସମ୍ପାଦକ ସୁର ଜେନା, କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ଏଆଇଟିୟୁସିର ଉପସାଧାରଣ ସମ୍ପାଦକ ବିଜୟ ଜେନା ଓ କମେଡ଼ ଅଶୋକ ସାହୁ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ôଚ ଶବାଧାର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜି ଅପରାହ୍ନ ୪.୩୦ ସମୟରେ ତାଙ୍କ ମର ଶରୀରକୁ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନକୁ ଅଣାଯାଇଥିଲା। ସେଠାରେ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ନୂଆଦୁନିଆର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି, ବସନ୍ତ ପାଇକରାୟ, ଦେବାଶିଷ ପରିଜା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

କମ୍ରେଡ଼ ମିଛୁ ମିଶ୍ର ୧୯୭୦ ମସିହାରେ ରାଜ୍ୟ ବିଦ୍ୟୁତ୍ ବୋର୍ଡର କର୍ମଚାରୀ ରୂପେ କର୍ମମୟ ଜୀବନ ଆରମ୍ଭ କରି କଃ ରାମଚନ୍ଦ୍ର ରାମ ଓ ଦୁର୍ଗାଚରଣ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ୧୯୭୫ରୁ ମୃତ୍ୟୁ ପର୍ଯ୍ୟନ୍ତ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ରହିଥିଲେ। ତାଙ୍କ ପୁତ୍ର କମ୍ରେଡ଼ ସତୀଶ ମିଶ୍ର, ସିପିଆଇ ଖୋର୍ଦ୍ଧା ଜିଲ୍ଲା ପରିଷଦର ସହ ସମ୍ପାଦକ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.