Home ଓଡ଼ିଶା ନେତାଜୀ ସୁବାଷ ବୋଷ କ୍ଲବ୍ କ୍ରିକେଟ ଫାଇନାଲ ରେ ଦର୍ପନାରାୟଣପୁର ଚମ୍ପିଆନ

ନେତାଜୀ ସୁବାଷ ବୋଷ କ୍ଲବ୍ କ୍ରିକେଟ ଫାଇନାଲ ରେ ଦର୍ପନାରାୟଣପୁର ଚମ୍ପିଆନ

22

ନୟାଗଡ/୦୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି. ନଡିଆଭଙ୍ଗା ଖେଳ ପଡିଆ ରେ ଦୁଇଦିନ ଧରି ନେତାଜୀ ସୁବାଷ ବୋଷ କ୍ରିକେଟ କ୍ଲବ୍ ତରଫରୁ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଦର୍ପନାରାୟଣପୁର , ହଂସରା , ଝାରପଡା , ରଣପୁର , ବିରକିଶୋରପୁର , ନନ୍ଦିଘର , ମଙ୍ଗରାଜପୁର ଓ ବାମଡା କ୍ରିକେଟ ଟିମ୍ ଭାଗ ନେଇଥିଲେ । ଫାଇନାଲ୍ ରେ ବିରକିଶୋରପୁର ଓ ଦର୍ପନାରାୟଣପୁର ପରସ୍ପର ପରସ୍ପର କୁ ଭେଟିଥିଲେ । ଏହି ଫାଇନାଲ୍ ରେ ଦର୍ପନାରାୟଣପୁର ଦଳ ୨୦ ରନ୍ ରେ ବିରକିଶୋରପୁର କୁ ପରାସ୍ତ କରି ଚମ୍ପିଆନ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ଇଂ ଦେବାଶିଷ ପଟ୍ଟନାୟକ , ସମ୍ମାନିତ ଅତୀଥି ଭାବେ ସ୍ୱୋରାଜ ମାହନ୍ତି ଓ ପ୍ରିୟବ୍ରତ ପ୍ରହରାଜ ଯୋଗ ଦେଇଥିଲେ । ଚମ୍ପିଆନ ଦର୍ପନାରାୟଣପୁର ଦଳ କୁ ଚମ୍ପଆନ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ୍ ବିରକିଶୋରପୁର କୁ ରନର୍ସଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍ କୁ ଘନଶ୍ୟାମ ମହାନ୍ତି , ପ୍ରକାଶ ଜେନା , ଅଭିମନ୍ୟୁ ସ୍ୱାଇଁ ପରିଚାଳନା କରୁଥିଲେ । ନେତାଜୀ ସୁବାଷ ବୋଷ କ୍ଲବ ର ସଭାପତି ଦିପକ କୁମାର ମତ୍ତା , ସମ୍ପାଦକ ସ୍ୱପ୍ନେଶ୍ୱର ମହାନ୍ତି ଓ ସୁଶାନ୍ତ ମହାନ୍ତି ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.