Home ଓଡ଼ିଶା ପ୍ରିମିୟର ଲିଗ୍ ମ୍ୟାଚ୍ ବ୍ରଜରାଜପୁର ରେ ଟି.ପି.ୱାରିୟର ଚମ୍ପିଆନ

ପ୍ରିମିୟର ଲିଗ୍ ମ୍ୟାଚ୍ ବ୍ରଜରାଜପୁର ରେ ଟି.ପି.ୱାରିୟର ଚମ୍ପିଆନ

24

ନୟାଗଡ/୦୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ରଜରାଜପୁର କ୍ରିକେଟ ଆସୋସିଏସନ୍ ତରଫରୁ ୬ ଟି ଦଳ କୁ ନେଇ ବ୍ରଜରାଜପୁର ପ୍ରିମିୟର ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ଫାଇନାଲ୍ ମ୍ୟାଚ୍ ରେ ଟି.ପି. ୱାରିୟର ଦଳ ୧୨ ଓଭର୍ ରେ ୬ ୱିକେଟ୍ ବିନିମୟ ରେ ୧୧୨ ରନ୍ ସଂଗ୍ରହ କରି ଚମ୍ପିଆନ ହୋଇଥିବା ବେଳେ ଲୋକାଲ୍ ସ୍ମାସ୍‌ର ୧୨ ଓଭର ରେ ୮ ୱିକେଟ୍ ବିନିମୟ ରେ ୮୮ ରନ୍ ସଂଗ୍ରହ କରି ରନର୍ସଅପ୍ ଦଳ ଭାବେ ବିବେଚିତ ହୋଇଥିଲା ।

ଆଲୋକ କୁମାର ନାୟକ ଓ ରାଜେନ୍ଦ୍ର ପଟ୍ଟନାୟକ ଖେଳ ପରିଚାଳନା କରୁଥିଲେ । ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ପୁର୍ବତନ ଅଧକ୍ଷ ଦେବାଶିଷ ପଟ୍ଟନାୟକ , ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ସାମନ୍ତରାୟ  ଓ ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଟି.ପି. ୱାରିୟର ଦଳ କୁ ଚମ୍ପିଆନ ଘୋଷଣା କାରି ୫ ହଜାର ଟଙ୍କା ର ଚେକ୍ ପ୍ରଦାନ କରାଯାଇଥିଲା । ରନର୍ସଅପ୍ ଲୋକାଲ ସ୍ମାସ୍‌ର ଦଳ କୁ ୩ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ସିଦ୍ଧାନ୍ତ କୁମାର ଦଳ ବେହେରା ଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ୍ ଟି.ପି. ୱାରିୟର ଦଳ ର ମନୋଜ କୁମାର ପ୍ରଧାନ କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.