Home କେନ୍ଦୁଝର ବିଶିଷ୍ଟ ଜ୍ୟୋତିର୍ବିଦଙ୍କ ପରଲୋକ

ବିଶିଷ୍ଟ ଜ୍ୟୋତିର୍ବିଦଙ୍କ ପରଲୋକ

45

ହାଟଡ଼ିହି-୨୦ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋ ଗ୍ରାମର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ବୃକ୍ଷପ୍ରେମୀ ଅନାଦି ଚରଣ ମହାରଣାଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାରଣା ସାମାଜିକ ଜୀବନରେ ବେଶ ଗ୍ରହଣୀୟ ଥିଲେ । ସେ ବୃକ୍ଷରୋପଣ, ଜାତକ ବିଚାର, ଭାଗବତ ଓ ଗୀତା ପଠନ ଓ ତାର ପ୍ରସାର ପାଇଁ ସବୁବେଳେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ପରଲୋକରେ ସମଗ୍ର ଇଞ୍ଚୋ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ଆଜି ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ପ୍ରେମାନନ୍ଦ ମହାରଣା ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.