Home କେନ୍ଦୁଝର ଆମ୍ବୋ ଅଗ୍ନି ବିପନ୍ନଙ୍କୁ ସହାୟତା

ଆମ୍ବୋ ଅଗ୍ନି ବିପନ୍ନଙ୍କୁ ସହାୟତା

37

ହାଟଡ଼ିହି-୨୦ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର ଆମ୍ବୋ ଗ୍ରାମରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡର ବିପନ୍ନ ଲୋକମାନଙ୍କୁ ଯୁବ ବିଜେଡି ନେତା ବିଶ୍ୱନାଥ ପ୍ରତାପ ଜେନା ସହାୟତା ଯୋଗାଇଦେଇଛନ୍ତି । ଗତକାଲି ବିଶ୍ୱନାଥ ପ୍ରତାପ ଜେନା, ପବିତ୍ର ଜେନା, ସରୋଜ ସୁଆର, ଅଜୟ ସା, ଦିଲୁ ମଲ୍ଲିକ, ନିରଞ୍ଜନ ଜେନା, ବିଜୁ ସା ପ୍ରମୁଖ ଆମ୍ବୋ ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ମାନଙ୍କୁ ଭେଟି ସମବେଦନା ଜଣାଇବା ସହିତ ସେମାନଙ୍କୁ ଚୁଡା, ଚିନି, ବିସ୍କୁଟ, ଲୁଙ୍ଗି, ଗାମୁଛା, ଶାଢ଼ି ଆଦି ପ୍ରଦାନ କରିଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ଗତ ୧୫ତାରିଖ ଦିନ ଗାଁର ୧୧ଟି ପରିବାରର ୪୫ବଖରା ଘର ସମ୍ପୁର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.