Home କେନ୍ଦୁଝର ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ୧୨ବର୍ଷ ଧରି ରୋଗଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅନାମ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ୧୨ବର୍ଷ ଧରି ରୋଗଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅନାମ

27

ହାଟଡ଼ିହି-୨୦ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଅର୍ଥ ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ପାରୁନାହାନ୍ତି ସ୍ତ୍ରୀ । ୧୨ବର୍ଷ ଧରି ରୋଗ ଯନ୍ତ୍‌ଣାରେ ଛଟପଟ ହେଉଛନ୍ତି ଅନାମ ଚରଣ ସାହୁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ଆଡହୁରିଆ ଗ୍ରାମରେ । ଗ୍ରାମର ଅନାମ ଚରଣ ସାହୁ ଓ ସ୍ତ୍ରୀ ରେଖା ସାହୁ ଭଲରେ ସପରିବାରେ ଚଳି ଆସୁଥିବାବେଳେ ଗତ ୧୨ବର୍ଷ ପୁର୍ବେ ହଠାତ ତାଙ୍କର ଗୋଟିଏ ଗୋଡ ଓ ହାତ ଅଚଳ ହୋଇ ଯାଇଥିଲା । ସେହିଦିନ ଠାରୁ ବିଭିନ୍ନ ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଦେଖାଇ ଔଷଧ ସେବନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ପରେ ପରେ ସେ ସମ୍ପୁର୍ଣ୍ଣ ଅଚଳ ହୋଇ ଘରେ ପଡିରହିଗଲେ । ଏପରି ଅବସ୍ଥାରେ ସ୍ତ୍ରୀ ରେଖା ଅନେକ ଧାର କରଜ କରି ତାଙ୍କୁ ବିଭିନ୍ନ ଡାକ୍ତରଙ୍କୁ ଦେଖାଇଲେ, ହେଲେ କିଛି ପରିବର୍ତ୍ତନ ଘଟିଲାନି । ବର୍ତ୍ତମାନ ସମୟରେ ତାଙ୍କୁ ୪ଟି ଔଷଧ ନିୟମିତ ଖାଇବାକୁ ଦେଉଥିବାବେଳେ ଅର୍ଥାଭାବରୁ ଦୁଇଟି ଔଷଧ କିଣିନପାରି ଦୁଇଟି ଔଷଧ ଖାଇବାକୁ ଦେଉଛନ୍ତି । ଘରେ କୌଣସି ସମ୍ବଳ ନଥିବାରୁ ଅନାମଙ୍କୁ କୌଣସି ଭଲ ଡାକ୍ତରଖାନାକୁ ନେଇପାରୁ ନଥିବାବେଳେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ପାରୁନାହାନ୍ତି । ଏପରିକି ସରକାରଙ୍କ ତରଫରୁ ମଧ୍ୟ କୌଣସି ସାହାଯ୍ୟ ମିଳୁନାହିଁ ।ଅକର୍ମଣ୍ୟ ଭତ୍ତା ଖଣ୍ଡିଏ ମଧ୍ୟ ମିଳୁନାହିଁ । ବାପଘର ଲୋକ ଟିକିଏ ସାହାଯ୍ୟ କରୁଥିବାରୁ ଆଜି ପର୍ଯ୍ୟନ୍ତ ନିଜେ ଗଣ୍ଡେ ଖାଇବା ସହିତ ସ୍ୱାମୀଙ୍କୁ ଔଷଧ ଟିକିଏ ଦେଇପାରୁଛନ୍ତି ବୋଲି କହିଛନ୍ତି ସ୍ତ୍ରୀ ରେଖା । ଏପରି ସ୍ଥିତିରେ ଯଦି ସରକାର କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ତାଙ୍କୁ ସହଯୋଗର ହାତ ବଢ଼ାନ୍ତେ ତେବେ ତାଙ୍କ ସ୍ୱାମୀଙ୍କୁ ବଡ ଡାକ୍ତରଖାନାକୁ ନେଇ ଭଲ ବିଶେଷଜ୍ଞଙ୍କ ପରାମର୍ଶ କରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତେ ବୋଲି ସ୍ତ୍ରୀ ରେଖା ପ୍ରଶାସନକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.