Home ଜିଲ୍ଲା ପରିକ୍ରମା ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍

ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍

42

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଉମାକାନ୍ତ ପାଣିଗ୍ରାହୀଙ୍କ ଘରେ ହୋଇଛି ଡକାୟତି । ଗତକାଲି ବିଳମ୍ବିତ ରାତିରେ ୭ ରୁ ୮ ଜଣ ଦୃର୍ବୁତ୍ତ ଘରର ମୁଖ୍ୟ ଗ୍ରୀଲ୍ ଖୋଲି କବାଟ ଭାଙ୍ଗି ପଶିଥିଲେ । ଘରେ ଏକୁଟିଆ ଥିବା ଦମ୍ପତ୍ତିଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସେମାନଙ୍କ ଠାରୁ ଟଙ୍କା ଓ ସୁନାଗହଣା ଲୁଟ୍ କରି ସେମାନଙ୍କୁ ବାହାରୁ ବନ୍ଦକରି ପଳାଇଥିଲେ । ପରେ ସେମାନଙ୍କ ଚିତ୍କାର ଶୁଣି ପଡୋଶୀମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ବ୍ୟାଙ୍କ ମିତ୍ର ଭାବେ ବେତଡା କାନାରା ବ୍ୟାଙ୍କରେ କାର୍ଯ୍ୟରତ ଉମାକାନ୍ତ ସ୍ତ୍ରୀ ଆରତୀ ପୁଅର ଆଡମିଶନ ପାଇଁ ଗତକାଲି ଆଣିଥିବା ଲକ୍ଷେ ୨୦ ହଜା ରଟଙ୍କା ସମେତ ପାଖରେ ଥିବା ୨ ଲକ୍ଷରୁ ଅଧିକ ଟଙ୍କା ଓ ଘରେ ଥିବା ସମସ୍ତ ସୁନାଗହଣାକୁ ଦୃର୍ବୁତ୍ତମାନେ ଲୁଟ୍ କରି ନେଇଥିଲେ । ଉମାକାନ୍ତଙ୍କୁ ଦୃବୁର୍ତ୍ତମାନେ ମାଡ ମାରିବା ସହିତ ହାତରେ ଧରିଥିବା ମାରଣାସ୍ତ୍ରକୁ ଧରି ଧସ୍ତାଧସ୍ତି ହେଉଥିବା ସମୟରେ ଉମାକାନ୍ତଙ୍କ ହାତରେ ଆଘାତ ମଧ୍ୟ ଲାଗିଥିଲା । ଆଜି ସକାଳେ ଉମାକାନ୍ତ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ବାସୁଦେବପୁର ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.