Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେପିର ୬ଘଣ୍ଟିଆ ବନ୍ଦ ପାଳନ ସଫଳ

ଭଦ୍ରକରେ ବିଜେପିର ୬ଘଣ୍ଟିଆ ବନ୍ଦ ପାଳନ ସଫଳ

50

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମମିତା ମେହେର ହତ୍ୟା ଘଟଣାରେ ଜିଲା ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ଭଦ୍ରକ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ବନ୍ଦ ପାଳନ କରିଥିଲେ । ସହରର ଦୋକାନ ବଜାର ଆପକୁ ଆପେ ବନ୍ଦ ରହଥିଲା । ଦିନ ୧୨ଟା ପରେ ଖୋଲିଥଲା । ଡାକ୍ତର ପ୍ରଦିପ ନାୟକ, ଅଭିମନ୍ୟୁ ସେଠୀ, ଜିଲା ସଭାପତି ହେମନ୍ତ ପାଢୀ, ଯୁବନେତା ସୁରଯ ସୂର୍ଯ୍ୟବଂଶୀ, ଘାଉଲି ଜେନା, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ବିଜେଡି ସରକାର ବିରୋଧରେ ପଥପ୍ରାନ୍ତ ସଭା କରି ନାରାବାଜି କରିଥଲେ । ଏହି କ୍ରମରେ ଜିଲାର ସମସ୍ତ ରୁଟରେ ବସ ଚଳାଚଳ ବନ୍ଦ କରିବା କାରଣରୁ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିଜେଡି ସରକାର ଅମଳରେ ନାରୀ ସୁରକ୍ଷିତ ନୁହନ୍ତି । ମମିତା, ବେବିନା ଭଳି ବହୁ ନିରୀହ ନାରୀଙ୍କ ଜୀବନ ଗଲାଣି । ସାରା ରାଜ୍ୟ ପାଇଁ ଲଜ୍ଜାଜନକ ପରିସ୍ଥିତି ଉପୁଜିଛି । ହେଲେ ସରକାର ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ବିଡମ୍ବନା ବୋଲି ନେତାମାନେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.