Home ଜିଲ୍ଲା ପରିକ୍ରମା ହଜାରେ ଲିଟର ଦେଶୀ ମଦ ସହ ପିକ୍‌ଅପ ଭ୍ୟାନ୍ ଜବତ, ୩ ଗିରଫ

ହଜାରେ ଲିଟର ଦେଶୀ ମଦ ସହ ପିକ୍‌ଅପ ଭ୍ୟାନ୍ ଜବତ, ୩ ଗିରଫ

38

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ସାବରଙ୍ଗ ଥାନା ଅନ୍ତର୍ଗତ ନଚ୍ଛିପୁର ଗ୍ରାମରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଗୋଟିଏ ମହିନ୍ଦ୍ରା ପିକଅପ୍ ଭ୍ୟାନ୍‌ରୁ (ଓଆର-୨୨ଏ-୪୪୩୮) ହଜାରେ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ସାବରଙ୍ଗ ଥାନା ଅନ୍ତର୍ଗତ ନଚ୍ଛିପୁର ଗ୍ରାମର ପ୍ରଦୀପ ବେହେରା ଓରଫ ବାପୁନ, ବାସୁଦେବପୁର ଥାନା ଅନ୍ତର୍ଗତ ଆର୍ତ୍ତୁଙ୍ଗ ଗ୍ରାମର ନିର୍ମଳ ନାଥ ଓ ସିମୁଳିଆ ଥାନା ଅନ୍ତର୍ଗତ ମାଟିଆପଡା ଗ୍ରାମର ସୁନୀଲ ବର୍ମାଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଧାମନଗର ଓଆଇସି ପ୍ରହ୍ଲାଦ ସାମଲ, ଏଏସ୍‌ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ରମେଶ ନାୟକ, ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ ଓ ଜେମାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୯୩/୨୧-୧୧ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.