Home କେନ୍ଦ୍ରାପଡ଼ା ବିଲକୁ ମାଡୁନି ପାଣି ଚାଷୀ ସଫାକଲେ ନାଳ

ବିଲକୁ ମାଡୁନି ପାଣି ଚାଷୀ ସଫାକଲେ ନାଳ

95

କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ନାଗପୁର ଗ୍ରାମର ୯ନମ୍ବର ଶାଖା କେନାଲରେ ପାଣି ଆସୁନଥିବାରୁ ସଂପୃକ୍ତ ଅଂଚଳର ଶହ ଶହ ଏକର ଜମି ଫାଟି ଆଁକରିବସିଲାଣି। ବର୍ଷା ଅଭାବ ସହିତ ଦୀର୍ଘଦିନ ଧରି ଏହିନାଳ ଗୁଡିକ ଜଳସେଚନ ବିଭାଗ ପକ୍ଷରୁ ସଫାହେଉନଥିବାରୁ ଚାଷଜମିକୁ ପାଣି ମାଡିପାରୁନାହିଁ। ଫଳରେ ଚାଷୀମାନେ ଘୋର ଅସୁବିଧାର ସମ୍ମୁଖିନ ହେବା ବେଳେ ଜମି ଗୁଡିକ ଫାଟି ଆଁ କଲାଣି। ଏସମ୍ପର୍କରେ ଚାଷୀମାନେ ପାଣିପଂଚାୟତ ଏବଂ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ବାରମ୍ବାର ଜଣାଇ ନିରାଶ ହେବାପରେ ବାଧ୍ୟ ହୋଇ ନିଜେ କେନାଲକୁ ସଫା କରିଛନ୍ତି। ନାଗପୁର ମୈାଜାର ଦେପୁର ସ୍କୁଲ ପାଖରୁ ଚାଷୀମାନେ ପ୍ରାୟ ଦେଢଶହ ମିଟର ଶାଖାନାଳକୁ ସଫାକରିଛନ୍ତି। ଚାଷୀମାନଙ୍କ ପକ୍ଷରୁ ସୁରେନ୍ଦ୍ର ପତି, ହୃଷିକେଶ ନାୟକ, ସୁବାଷ ଦାସ, ବିନୋଦବିହାରି ପତି, ମଦନ ନାୟକ, ଚଣ୍ଡ ଜେନାଙ୍କ ସମେତ ବହୁ ଚାଷୀ ନାଳକୁ ସଫା କରିବା କାର୍ଯ୍ୟରେ ନିୟୋଜିତ ଥିଲେ। ଜଳସେଚନ ବିଭାଗ ପକ୍ଷରୁ ନାଳ ସଫା କରାନଯିବା ଦ୍ୱାରା ଚାଷୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.