Home ଓଡ଼ିଶା ବିମାନ ବନ୍ଦରରେ ସୀତାରାମ ଙ୍କୁ ଅଟକ ରଖିଲା ପୋଲିସ

ବିମାନ ବନ୍ଦରରେ ସୀତାରାମ ଙ୍କୁ ଅଟକ ରଖିଲା ପୋଲିସ

223

ଶ୍ରୀନଗର,୯ /୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଏୟାରପୋର୍ଟରେ ଅଟକ ରଖାଯାଇଥିବା ସୂଚନା ମିଳିଛି । ତେବେ ସେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବାକୁ ଜମ୍ମୁ-କାଶ୍ମୀର ଯାଉଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିବା ବେଳେ ଜମ୍ମୁ-କାଶ୍ମରରୁ ୩୭୦ ଧାରା ଉଚ୍ଛେଦ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଓ ଉମର ଅବଦୁଲ୍ଲା ସମେତ ବହୁ ନେତାମାନଙ୍କୁ ଗିରଫ କରିବା ପରେ ଏବେ କୌଣସି ବି ନେତାମାନଙ୍କୁ ସେଠାରେ ବୈଠକ କରିବାକୁ ଅନୁମତି ଦିଆଯାଉନାହିଁ ।

ସେହିପରି ରାଜ୍ୟସଭାର ବିରୋଧୀ ନେତା ବା କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ବୈଠକ ପାଇଁ ଗତକାଲି କାଶ୍ମୀର ଗସ୍ତରେ ଯାଉଥିବା ବେଳେ ଶ୍ରୀନଗର ଏୟାରପୋର୍ଟରେ ତାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ଏହା ସହ ଜମ୍ମୁ-କାଶ୍ମରର କଂଗ୍ରେସ ଅଧ୍ୟକ୍ଷ ଗୁଲାମ ଅହମ୍ମଦଙ୍କୁ ମଧ୍ୟ  ପୋଲିସ ଅଟକ ରଖିିରଖି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.