Home ଓଡ଼ିଶା ବିଭିନ୍ନ ଦାବିକୁ ନେଇ ତହସିଲ ସମ୍ମୁଖରେ ସି.ପି.ଆଇର ବିକ୍ଷୋଭ

ବିଭିନ୍ନ ଦାବିକୁ ନେଇ ତହସିଲ ସମ୍ମୁଖରେ ସି.ପି.ଆଇର ବିକ୍ଷୋଭ

119

ବଡ଼ବିଲ, ତା ୦୬ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦୁଝର ଜିଲ୍ଲା ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଲକ୍ ଡାଉନର ନିୟମକୁ ଆଖି ଆଗରେ ରଖି ଦଳ ପକ୍ଷରୁ ଅତି କମ୍ ସଂଖ୍ୟକ କର୍ମୀ ଓ ନେତା ମାସ୍କ ପରିଧାନ କରି ଏହି ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଜନସାଧାରଣଙ୍କ ବିଭିନ୍ନ ଦାବିକୁ ନେଇ ଅନୁଷ୍ଠିତ ଏହି ବିକ୍ଷୋଭ କରାଯାଇଥିଲା, ଶେଷରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସମସ୍ତଙ୍କୁ ରାସନ୍ କାର୍ଡ ପ୍ରଦାନ କରିବା, କୃଷି ଋଣ ଛାଡ କରିବା ଓ ନୂତନ ଋଣ ଯୋଗାଇଦେବା, ଶ୍ରମ ଆଇନରେ ପରିବର୍ତ୍ତନ ନକରିବା, ଦୈନିକ କାର୍ଯ୍ୟ ଦିବସ ୧୨ଘଣ୍ଟା ବଦଳରେ ୮ଘଣ୍ଟା ପୁନଃ ପ୍ରଚଳନ କରିବା, ମନରେଗାକୁ କାର୍ଯ୍ୟକାରି କରି ବେକାର ଯୁବକ, ଯୁବତୀ ଓ ଦିନମଜୁରିଆଙ୍କୁ କାମ ଯୋଗାଇ ଦେବା, ସହାୟତା ପାଇନଥିବା ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା, ପ୍ରବାସୀ ଶ୍ରମିକ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ଦେବା, ଅମ୍ପାନ୍ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଦେବା ଦାବିକୁ ନେଇ ଏହି ବିକ୍ଷୋଭ କରାଯାଇଥିଲା । ଏହି ବିକ୍ଷୋଭରେ ସି.ପି.ଆଇର ଜିଲ୍ଲା ସମ୍ପାଦକ ବିଦ୍ୟାଧର ମହାନ୍ତ, ସହ ସମ୍ପାଦକ କପିଳ ମହାନ୍ତି, ସିପିଆଇ ନେତା କାହ୍ନୁ ଚରଣ ସାମଲ, ହୃଦାନନ୍ଦ ପ୍ରଧାନ, କ୍ଷୀରୋଦ କୁମାର ମହାନ୍ତ, ଇନ୍ଦ୍ର ଶର୍ମା , ଏମ୍.ଡି ବଦ୍ରୁଜାମା, ଲିପୁ ପାତ୍ର, ଉଷା ସାହୁ, ପ୍ରମୋଦ ଶୁକ୍ଲା , ବଲ୍ଲଭ ରାଉତ, ବିକାଶ ତ୍ତିର୍କୀ, ଜଇ ଆପଟ ଆଦି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.