Home ଓଡ଼ିଶା ଆଦିବାସୀ ଯୁବକକୁ ଅପହରଣ ପରେ ହତ୍ୟା, ପୋତା ଯାଇଥିବା ଶବକୁ ଉଦ୍ଧାର କଲା ପୁଲିସ,୪ ଅଭିଯୁକ୍ତ...

ଆଦିବାସୀ ଯୁବକକୁ ଅପହରଣ ପରେ ହତ୍ୟା, ପୋତା ଯାଇଥିବା ଶବକୁ ଉଦ୍ଧାର କଲା ପୁଲିସ,୪ ଅଭିଯୁକ୍ତ ଗରିଫ

209

ମାଲକାନଗିରି,୬ା୬ (ଓଡିଆ ପୁଅ ) ଅତ୍ୟାଧୁନିକ ବିଜ୍ଞାନ ଓ ଇଟଂରନେଟ ଯୁଗରେ ସଭ୍ୟ ଶିକ୍ଷିତ ମଣିଷ ସମାଜ ଚନ୍ଦ୍ରମଣ୍ଡଳରେ ପହଁଚି ମଙ୍ଗଳଗ୍ରହରେ ରହିବାପାଇଁ ଗବେଷଣା କରୁଥିବା ବେଳେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶା୍ୱସ ରେ ବସବର୍ତି ହୋଇ ନାନା ପ୍ରକାର ଘଟଣା ଘଟାଇ ଚାଲିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେନ୍ଦୁଗୁଡା ଗ୍ରାମରେ ଅନ୍ଦବିଶା୍ୱସର କୁପରିଣତି ଦେଖାଦେଇଛି,ଗୁଣି କରି ଲୋକଙ୍କୁ ମାରିଦେଉଥିବା ସନ୍ଦେହରେ ଜଣେ ଯୁବକକୁ ଅପହରଣ ପରେ ହତ୍ୟାକରାଯାଇଛି । ଆଜି ପୁଲିସ ସେହି ଗ୍ରାମରେ ପହଁଚି ତଦନ୍ତ କରି ଏହି ଘଟଣାରେ ସଂପୃକ୍ତି ଥିବା ୪ଜଣଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ଗାତରେ ପୋତା ଯାଇଥିବା ମୃତଶରୀର କୁ ଉଦ୍ଧାରକରି ଶବବ୍ୟବଛେଦ ପାଇଁ ପଠାଇଛନ୍ତି । ଏପରି ଆଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ କେନ୍ଦୁଗୁଡା ଗ୍ରାମରେ । ସେହି ଗ୍ରାମର ଉଙ୍ଗାମାଡକାମିଙ୍କ ପୁଅ ସମାରୁ ମାଡକାମି(୧୮) ଙ୍କୁ ଗତ ୪ତାରିଖ ରାତ୍ରରେ ସେହି ଗାଁର କିଛି ଯୁବକ ମିଟିଂ ଅଛି କହି ଘରୁ ଡାକି ନେଇଥିଲେ । ରାତ୍ରରେ ସମରା ଘରକୁ ନଫେରିବାରୁ ପରିବାର ଲୋକେ ବହୁତ ଖୋଜା ଖଜି କରି ପାଇନଥିଲେ । ସେହି ରାତ୍ରରେ ପୁଣି ଥରେ ସେହି ଗାଁର ଦେବା ମାଡକାମି,ବୁଦ୍ରାମୁଚାକି,ଆଇତା କବାସୀ,ରାମୁ ମାଡି ଙ୍କ ସହିତ ଅନ୍ୟ କିଛି ଯୁବକ ସମରାର ଙ୍କ ସାନବାପା ପୁଅ ଭାଇ ଉଙ୍ଗାମାଡମି ଙ୍କୁ ମଧ୍ୟ ମିଟିଂ ଅଛିକହି ଘରୁ ଡାକିନେଇଥିଲେ ,ଉଙ୍ଗା ମାଡକାମି ସେମାନଙ୍କ କବଳରୁ କୌଶଳ କ୍ରମେ ଖସି ଆସିଥିଲେ ବୋଲି ମାଲକାନଗିରି ଥାନାରେ ଗତ କାଲି ଏତଲା ଦେଇଛନ୍ତି । ପୁଲିସ ଏତଲା ପାଇଲା ପରେ ଏହି ଘଟଣାର ତନାଘନା ତଦନ୍ତ ଆରମ୍ଭ କରିଥିଲେ । ଆଜି ସକାଳେ ଏସଡିପିଓ ପ୍ରହ୍ଲାଦ ମୀନା,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ପୁଲିସ ସଦଳବଳ ସହ ଅତିରିକ୍ତ ତହସିଲଦାର (ମାଜିଷ୍ଟ୍ରେଟ )ସବିର ସା କେନ୍ଦୁଗୁଡା ଗ୍ରାମରେ ପହଁଚି ତଦନ୍ତ କରି ଜାଣିବାକୁ ପାଇଲେ ଯୁବକକୁ ଅପହରଣ ପରେ ହତ୍ୟାକରାଯାଇଛି । ଏହି ହତ୍ୟାକାଣ୍ଡରେ ସଂପୃକ୍ତିଥିବା ଦେବା ମାଡକାମି,ବୁଦ୍ରାମୁଚାକି,ଆଇତା କବାସୀ,ରାମୁ ମାଡି ଙ୍କୁ ପୁୁଲିସ ଗିରଫ କରି ଜେରା କରିବାରୁ ସେମାନଙ୍କ ଠାରୁ ହତ୍ୟାକାଣ୍ଡ କାଣ୍ଡ ଘଟଣା ସଂପର୍କରେ ଜଣା ପଡିଥିଲା । ଅଭିଯୁକ୍ତ ମାନେ କହିଥିଲେ ତାଙ୍କ ଗ୍ରାମରେ ଗତ ତନିବର୍ଷ ମଧ୍ୟରେ ଲଗାତର ଭାବେ ପ୍ରାୟ୧୭ରୁ ଉର୍ଦ୍ଦଲୋକଙ୍କର ମୃତ୍ୟୁ ହେଲାଣି, ଗତ ୧୦ଦିନମଧ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ମୃତ୍ୟୁପାଇଁ ସମାରୁ ହିଁ ଦାୟୀ ସେ ଗତ କିଛି ଦିନତଳେ ଆମକୁ କହିଥିଲା ଆହୁରି ଲୋକଙ୍କର ମୃତ୍ୟୁ ହେବ,ତେଣୁ ସେ ଗୁଣିକରି ଲୋକମାନଙ୍କୁ ମାରିଦେଇଛି,ତାକୁ ଆମେ ଡାକି ପଚାରିବାରୁ ସେ ଆମକୁ ଆହୁରି ଧମକ ଚମକ ଦେବାରୁ ପାଟିତୁଣ୍ଡ ହୋଇ ଏପରି ଘଟଣା ଘଟିଛିବୋଲି ପୁଲିସ ଆଗରେ କହିଥିଲେ । କେନ୍ଦୁଗୁଡା ଗ୍ରାମ ଠାରୁ ୪କିଲୋମିଟର ଦୁର ଆକୁର ଜଙ୍ଗରେ ଏକ ଖାଲରେ ସମାରୁ ଙ୍କ ପୋତାଯାଇଥିବା ମୃତଶରୀରକୁ ପୁଲିସ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଉଦ୍ଧାର କରି ମାଲକାନଗିରି ଡାକ୍ତରଖାନାକୁ ଶବବ୍ୟବଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି । ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରିବାସହ ଗାଁର ଅନ୍ୟକିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖା ଯାଇ ପଚରା ଉଚରା ପୁଲିସ ଚଳାଇଛନ୍ତି । ଗିରଫ ହେବା ଭୟରେ ଏବେ କେନ୍ଦୁଗୁଡା ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଥିବାର ଜଣାପଡିଛି । କେନ୍ଦୁଗୁଡା ଗ୍ରାମରେ ଅଚିହ୍ନାରୋଗରେ ତିନିମାସ ମଧ୍ୟରେ ପ୍ରାୟ ୧୭ଜଣଙ୍କର ମୃତ୍ୟୁ ହୋଇଥିବାର ଗ୍ରାମବାସୀ ମାନେ କୁହନ୍ତି । ଗତ ୧୦ଦିନ ମଧ୍ୟରେ ୪ଜଣଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ ନିକଟବର୍ତି କେନ୍ଦୁଗୁଡା ଆଦିବାସୀ ଗ୍ରାମରେ ଗତ ମାର୍ଚ ମାସ ଠାରୁ ଏହି ଅଚିହ୍ନାରୋଗ ଆରମ୍ଭ ହୋଇ ଜଣଙ୍କ ପରେ ଜଣଙ୍କର ମୃତ୍ୟୁଘଟିଚାଲିଛି । ଆକ୍ରାନ୍ତ ମାନଙ୍କର ପ୍ରଥମେ ଗୋଡ,ହାତ ଫୁଲିଯିବା ସହ ଦୁଇରୁ ତିନିଦିନ ଧରି ଜ୍ୱର ଲାଗିରହୁଛି, କେତେଜଣଙ୍କର ଗୋଡ ଠାରୁ ଅଟାଂ ପର୍ଯ୍ୟନ୍ତ ଅକାଲୁଆ ହୋଇ ଚଲାବୁଲା କରି ନପାରି ବିଛଣାରେ ପଡି ପଡି କିଛି ଦିନପରେ ମୃତ୍ୟୁ ଘଟୁଥିବାର ଦେଖିବାକୁ ମିଳୁଛି । ସେହି ଗ୍ରାମରେ ଡାକ୍ତରୀ ଦଳ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ କିଛି ସଫଳ ମିଳୁନଥିବାରୁ ଗ୍ରାମବାସୀ ମାନେ ଏହା ଗୁଣିଗାରେଡି ଦ୍ୱାରା ହେଉଛି ଏହି ଘଟଣାରେ ସମରା ନାମକ ଯୁବକୁ ସନ୍ଦେହ କରି ସେହି ଗ୍ରାମର କିଛି ଯୁବକ ସମରାକୁ ଜଙ୍ଗଲକୁ ଡାକିନେଇ ହତ୍ୟାକରିଥିବାର ପୁଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିଜ୍ଞାନ ଯେତେ ଆଗଉଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏବେ ବି କିଛି ଲୋକ ଆନ୍ଧବିଶ୍ୱାସ ଓ କୁସଂସ୍କାର କୁ ବିଶ୍ୱାସ କରି ନାନାପ୍ରକାର ଅଘଟଣ ଘଟାଇ ଚାଲୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.