Home କେନ୍ଦୁଝର ବଲାଣୀରେ ପାଳିତ ହେଲା ବିଶ୍ଵ ପର୍ଯାବରଣ ଦିବସ

ବଲାଣୀରେ ପାଳିତ ହେଲା ବିଶ୍ଵ ପର୍ଯାବରଣ ଦିବସ

75

ବଡ଼ବିଲ, ତା ୦୬ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ପ୍ରତିବର୍ଷ ପରି ବଲାଣୀ ଅଞ୍ଚଳରେ ପାଳିତ ହେଇଯାଇଛି ବିଶ୍ୱ ପର୍ଯାବରଣ ଦିବସ । ସ୍ଥାନୀୟ ସେଲ (ଆର.ଏମ.ଡି) ପରିବେଶ ବିଭାଗ ଦ୍ୱାରା ବଲାଣୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ସେଲ୍ କତୃପକ୍ଷଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଛି । ଏଥିସହ ସ୍ଥାନୀୟ ବୁଦ୍ଧିଜୀବୀ ସ୍ବେଛାସେବୀଙ୍କ ଦ୍ୱାରା ବୃକ୍ଷରୋପଣ ସହ ” ମୁଁ ପରିବେଶ ରକ୍ଷକ ” ପରି ଅଭିଯାନ ମାଧ୍ୟମରେ ଲୋକଙ୍କୁ ଗଛ ଲଗାଇବା, ପରିବେଶକୁ ସଫା ରଖିବା, ଜଳ ବଞ୍ଚାଅ ନଦୀ ବଞ୍ଚାଅ ଓ ପ୍ଲାଷ୍ଟିକ ବ୍ୟାନ ପରି ବିଷୟରେ ଅଞ୍ଚଳବାସୀଙ୍କୁ ସଚେତନତା କରାଇଥିଲେ । ବୃକ୍ଷରୋପଣ ଆଉ ଏହାର ଯତ୍ନ ନେବା ଓ ପରିବେଶକୁ ସଫା ରଖିବା ପରିମହତ କାର୍ଯ୍ୟ କରୁଥିବା ମାଳି, ସଫେଇ କର୍ମୀଙ୍କୁ ସମ୍ମାନିତ କରିବା ସହ ମାସ୍କ ବଣ୍ଟନ କରିଥିଲେ । ସାଇକେଲ ଚଳାଇ ନିଜକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରୁଥିବାରୁ ପ୍ରତି ସାଇକେଲ ଚାଳକ ମଧ୍ୟ ପରିବେଶ ରକ୍ଷକ ସଂମ୍ମାନର ଅଧିକାରୀ ପରି ସାମାଜିକ ବାର୍ତ୍ତା ଦେଇଛନ୍ତି । ବଲାଣୀବାସୀ, ମହିଳାମାନେ ନିମ୍ବ, ଅଶ୍ୱତ୍ଥ, କରଞ୍ଜ , ପରି ଗଛକୁ ପୂଜା କରୁଥିବାର ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.