Home କେନ୍ଦୁଝର ବିବେକାନନ୍ଦ ପାଠକ ମଞ୍ଚର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ

ବିବେକାନନ୍ଦ ପାଠକ ମଞ୍ଚର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ

21

ହାଟଡିହି-୨ /୧: (ଓଡିଆପୁଅ / ବିକାଶ ବିଶ୍ୱାଳ) ବିବେକାନନ୍ଦ ପାଠକ ମଞ୍ଚ, ନୁଆରମ୍ପାସର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ଅନଲାଇନ ମାଧ୍ୟମରେ ଆୟୋଜିତ ଶ୍ରେଷ୍ଠ ପାଠକ ମନୋନୟନ ଓ ଆଶୁ ଓଡିଆ କବିତା ଲିଖନ ପ୍ରତିଯୋଗୀତାର ପୁରସ୍କାର ବିତରଣ ଉତ୍ସବ ଜପିଦାସ ବିଦ୍ରାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠକ ମଞ୍ଚର ପ୍ରତିଷ୍ଠାତା ଅଧ୍ୟାପକ ରବିନ୍ଦ୍ର କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାପରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସୁ ପ୍ରାବନ୍ଧିକ ରମାକାନ୍ତ ନାୟକ, ପିତାମ୍ବର ପାତ୍ର, ବରିଷ୍ଠ ସଂସ୍କୃତ ଶିକ୍ଷକ ତଥା କବି ନରେନ୍ଦ୍ର ପ୍ରସାଦ ବେହେରା, ପ୍ରଧାନ ଶିକ୍ଷକ ଖଗେଶ୍ୱର ଜେନା, କବି ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେି ଗ୍ରାମାଞ୍ଚଳରେ ଶିଶୁଙ୍କ ସୃଜନ ଶୀଳତା ତଥା ପଠନ ସ୍ପୃହାକୁ ପ୍ରୋତ୍ସାହିତ କରିବା ଲକ୍ଷରେ ଦୀର୍ଘ ୧୭ବର୍ଷ ଧରି ପାଠକ ମଞ୍ଚର ନିରନ୍ତର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଶ୍ରେଷ୍ଠ ପାଠକ ଚୟନ ପ୍ରତିଯୋଗୀତାର ବିଚାରକ ବରେଣ୍ୟ ଗାଳ୍ପିକ ତଥା ସମାଲୋଚକ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଦିପ୍ତୀରଞ୍ଜନ ପଟ୍ଟନାୟକ, ବିଷ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନର ଓଡିଆ ପ୍ରାଧ୍ୟାପକ ଡ. ଇନ୍ଦ୍ରମଣୀ ସାହୁ, ବରିଷ୍ଠ ସାମ୍ବାଦିକ ବ୍ରଜ କିଶୋର ମହାରଣା, ସୁନାମଧନ୍ୟ କବି ଉମାକାନ୍ତ ରାଉତ, ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର ଉଦବୋଧନ ରଖିବା ସହି ଜୀବନ ଜଗତକୁ ବୁଝାଇବାରେ ସାହିତ୍ୟ ପଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପାଠକମଞ୍ଚ ତରଫରୁ ୨୦୨୧ ଶିକ୍ଷାବର୍ଷର ଦଶମ ଶ୍ରେଣୀ ହାଇସ୍କୁଲ ପରୀକ୍ଷାରେ ବଡରମ୍ପାସ ଗ୍ରାମ ପଞ୍ଚାୟତରେ ସର୍ବୋଚ୍ଚ ନମ୍ବର ରଖିଥିବା ଜପିଦାସ ହାଇସ୍କୁଲର ଛାତ୍ର ସୌମ୍ୟଜିତ ସାହୁଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ପାଠକ ଭାବେ ଦେବାଶିଷ ମିଶ୍ର, ସୁନୀତା ଜେନା, ମଧୁସ୍ମିତା ସାହୁ, ପ୍ରତ୍ୟାଶା ମହାପାତ୍ର, ସଚିଦାନନ୍ଦ ସେନାପତି, ସ୍ମୃତିରେଖା ଜେନା, ଏବଂ ନଡିଆ ଶିର୍ଷକରେ ଆଶୁ କବିତା ଲେଖି ଶିଶୁକବି ସାଗରୀକା ସାହୁ, ସୁନୀତା ଜେନା ଓ ସ୍ମୃତିରେଖା ଜେନାଙ୍କୁ ପୁରସ୍କୃତ କରାଯାଇଥିଲା । ଦୀର୍ଘବର୍ଷ ଧରି ପାଠକ ମଞ୍ଚକୁ ସର୍ବାଧିକ ଛାତ୍ରଛାତ୍ରୀ ପ୍ରେରଣ କରିଥିବା ଶାସଙ୍ଗ ପଞ୍ଚାୟତ ହାଇସ୍କୁଲକୁ ପ୍ରୋତ୍ସାହନ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ବର୍ଷୀୟାନ ଯାତ୍ରା କଳାକାର କୃଷ୍ଣ ଚନ୍ଦ୍ର ପାତ୍ର ଓ ପାଲା ଗାୟକ ରାଧାମୋହନ ସାହୁଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭିମନ୍ୟୁ ସାହୁ, ସାରଦା ପ୍ରସନ୍ନ ଜେନା, କବି ସୁରେନ୍ଦ୍ର ପରିଡା, ବେଣୁଧର ସାହୁ, ଭବାନୀ ଶଙ୍କର ନାୟକ, ପିତାମ୍ବର ଆୟଚ, କମଳା ଆୟଚ, ସୁରେନ୍ଦ୍ର ସେନାପତି, ବିଭୁତି ଭୂଷଣ ମହାପାତ୍ର, ଭାଗିରଥି ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.