Home କେନ୍ଦୁଝର ନିଆରା ଢ଼ଙ୍ଗରେ ନବ ବର୍ଷ ପାଳିଲେ ସମାଜସେବୀ

ନିଆରା ଢ଼ଙ୍ଗରେ ନବ ବର୍ଷ ପାଳିଲେ ସମାଜସେବୀ

21

ହାଟଡ଼ିହି, ୨ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଶିକ୍ଷାବିତ ତଥା ସମାଜସେବୀ ସତ୍ୟପୀର ମହାନ୍ତି ନୁଆବର୍ଷର ପ୍ରଥମ ଦିନରେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ଭୋଜିଭାତ କରିବା ଅପେକ୍ଷ କିଛି ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସହଯୋଗ କରିବାକୁ ସେ ଶ୍ରୟସ୍କର ମଣିଛନ୍ତି । ଏଥିଲାଗି ସେ ‘ଯସପିର ଏଜୁକେସନାଲ ଟ୍ରଷ୍ଟ’ ମାଧ୍ୟମରେ ୨୦ହଜାର ଟଙ୍କା ଦାନ କରିଛନ୍ତି । ଶ୍ରୀ ମହାନ୍ତି ଗତ କିଛିବର୍ଷ ହେଲା ନିରନ୍ତର ଭାବେ ନୁଆବର୍ଷ ଦିନ ଏପରି ମହତକାର‌୍ୟ୍ୟ କରି ଚ୍ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ମାଧ୍ୟମିକ ଷିକ୍ଷା ସମାପ୍ତ କରୁôତବା ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଉଦ୍ୟମରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଗୁଡିକରେ ପଢ଼ାଇବା ଲାଗି ପ୍ରେରଣା ଯୋଗାଇବା ସହିତ ଆରô୍ଥକ ସହଯୋଗ କରିଆସୁଛନ୍ତି । ତନ୍ମଧ୍ୟରୁ ଜଣେ ନିଟ ପରୀକ୍ଷାରେ ସଫଳ ହୋଇ ଡାକ୍ତରୀ ପଢ଼ିବାପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଆଉ ଜଣେ ଯୁକ୍ତ ଦୁଇ ପରୀକ୍ଷାରେ ସମଗ୍ର ରାଜ୍ୟରେ ତୃତୀୟସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ଜଣେ କି ଦୁଇଜଣ ଛାତ୍ରଛାତ୍ରୀ ନୁହନ୍ତି ସେ ଅନେକ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷାଲାଗି ସହଯୋଗର ହାତ ବଢ଼ାଇ ଚାଲିଛନ୍ତି । ଅଧିକରୁ ଅଧିକ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗ ନିମିତ୍ତ ଜାସ୍‌ପର ଏଜୁକେସନାଲ ଟ୍ରଷ୍ଟକୁ ସହଯୋଗ କରିବାକୁ ସେ ସମସ୍ତ ବୁଦ୍ଧିଜିବୀ, ସ୍ୱେଚ୍ଛାସେବୀ ମାନଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.