Home କେନ୍ଦୁଝର ତାମ୍ପଳା ଗ୍ରାମରେ ଚଢ଼ାଉ, ଜଣକୁ ଗିରଫ କଲା ଅବକାରୀ ବିଭାଗ

ତାମ୍ପଳା ଗ୍ରାମରେ ଚଢ଼ାଉ, ଜଣକୁ ଗିରଫ କଲା ଅବକାରୀ ବିଭାଗ

19

ହାଟଡିହି-୨ /୧: (ଓଡିଆପୁଅ / ବିକାଶ ବିଶ୍ୱାଳ)  ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ତାମ୍ପଳା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫କିଲୋ ଗଞ୍ଜେଇ ଜବଦ କରାଯିବା ସହିତ ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଧୁଶାସନ ଖଣ୍ଡେଇ ଦୀର୍ଘଦିନ ହେଲା ଚୋରା ଗଞ୍ଜେଇ କାରବାର କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଆଜି ବଡି ଭୋର ସମୟରେ ଅବକାରୀ ବିଭାଗର ସ୍ୱତନ୍ତ୍ର ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇ ୫କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବଦ କରିବାସହ ଧୁସାଶନ ଖଣ୍ଡେଇକୁ ଗିରଫ କରାଯାଇଥିବା ଜଣାଯାଇଛି । ଏଥିରେ କେନ୍ଦୁଝର ଅବକାରୀ ଇନସପେକ୍ଟର ଚନ୍ଦନ ମଣ୍ଡଳ, ଦିଲ୍ଲିପ କୁମାର କାଣ୍ଡି, ଆନନ୍ଦପୁର ଅବକାରୀ ଇନସପେକ୍ଟର ପ୍ରଫୁଲ କୁମାର ମହାନ୍ତ, ଏସ.ଆଇ ନରେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ହାଟଡିହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ଖୁଲାମ ଖୁଲା ପ୍ରଚୁର ପରିମାଣର ଗଞ୍ଜେଇ ଚୋରା କାରବାର ଚାଲୁଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ସେପରି କିଛି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି । ଏପରିକି ପ୍ରତି ଗାଁ ଠାରୁ ଛକ ବଜାର ପର‌୍ୟ୍ୟନ୍ତ ସବୁଠି ପ୍ରତିଦ୍ୱନ୍ଦିତା ଭିତ୍ତିରେ ଗଞ୍ଜେଇ କାରବାର ହେଉଛି । ବାହାର ଜିଲ୍ଲାର ଗଞ୍ଜେଇ ମାଫିଆମାନେ ସ୍ଥାନୀୟ କିଛି ମାଫିଆଙ୍କ ସହଯୋଗରେ ଗ୍ରାମର ବେକାର ଯୁବକ ମାନଙ୍କ ସଂଗଠିତ କରି ଏପରି କାରବାର ଚଳାଉôତବା ଶୁଣିବାକୁ ମିଳୁଛି । ଏଥିପ୍ରତି ଜିଲ୍ଲା ଅବକାରୀ ଅଧିକ୍ଷକ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.