Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

ଭଦ୍ରକରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

27

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ କୁଶାସନ ଚାଲିଥିବାବେଳେ ବିଜେଡିର ଜନ୍ମ ହୋଇଥିଲା । ବିଜେଡି ଆଜି ଜଣେ ୨୪ ବର୍ଷର ଅପରାଜେୟ ଯୁବକ ଭାବେ ନିଜର ପିରଚୟ ଆଣିଛି । ଆଞ୍ଚଳିକ ଦଳ ହୋଇ ସେ ଏପର୍ଯ୍ୟନ୍ତ ପରାଜୟର ମୁହଁ ଦେଖିନାହିଁ । ବିଜୁବାବୁଙ୍କ ଆଧୁନିକ ଓଡ଼ିଶାର ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଛନ୍ତି । ଓଡ଼ିଶାର ସାଢେ ଚାରିକୋଟି ଲୋକ ହିଁ ବିଜେଡିର ମାଲିକ । ଅବହେଳିତ ଓ ମେହନତି ମଣିଷଙ୍କ ପାଇଁ ବିଜେଡି କାର୍ଯ୍ୟକରି ଆସିଛି ବୋଲି ଆଜି ଭଦ୍ରକ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ଭଦ୍ରକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ପ୍ରତିଷ୍ଠା ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏଥିପୂର୍ବରୁ ଜିଲା କାର୍ଯ୍ୟାଳୟର ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରାଯାଇଥିଲା । ଜିଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦେଇଥିଲେ । ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅପରାଜେୟ ନେତା ଭାବେ ପରିଚିତ । ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ଓଡ଼ିଶାର କୋଣ ଅନୁକୋଣରେ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା, ଯୁବକ, ବୃଦ୍ଧ-ବୃଦ୍ଧାଙ୍କ ସହ ଅନେକ କ୍ଷେତ୍ରରେ ଅସହାୟ ଲୋକମାନଙ୍କୁ ସହଯୋଗର ହାତ ବଢାଇଛି ବିଜେଡି । ଆଗକୁ ବିଜେଡିର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକ ଲୋକମାନଙ୍କ ନିକଟରେ କିପରି ପହଞ୍ôଚପାରିବ, ସେଥିପାଇଁ ସମସ୍ତେ ଏକଜୁଟ୍ ହେବା ଆବଶ୍ୟକ । ବିଜେଡିକୁ ତୃଣମୂଳ ସ୍ତରରେ ସମସ୍ତେ ସଂଗଠିତ ହୋଇ କାମ କରିବାକୁ ଶପଥ ନେବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଦଳୀୟ ନେତୃମଣ୍ଡଳୀମାନେ ଉଦ୍‌ବୋଧନ କାଳରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତ୍‌ଲତା ନାୟକ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ରଘୁନାଥ ଧଳ, ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ପ୍ରାକ୍ତନ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ପ୍ରାକ୍ତନ ନଗରପାଳ ମାନସ ମହାନ୍ତି, ବ୍ଲକ୍ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ଟାଉନ୍ ବିଜେଡି ସଭାପତି ତାହେର ମହମ୍ମଦ, ଜିଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ଜିଲା ପରିଷଦ ସଭ୍ୟା ସୁକାନ୍ତି ନାୟକ, ନାରୀନେତ୍ରୀ ଦେବହୂତି ମହାପାତ୍ର, ଦେବୀଦତ୍ତ ମହାନ୍ତି, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ବ୍ଲକ୍ ଯୁବବିଜେଡି ସଭାପତି ଏମ୍‌ଡି ଫାରହତ୍ ଆଲାମ, ବିଜେଡି ନେତା ତଥାଗତ ସାମଲ, ରାକେଶ ପଣ୍ଡା, ଦଳିତ ନେତା ରାଜେନ୍ଦ୍ର ଜେନା ଓ ଯୁବନେତା ପ୍ରିୟବ୍ରତ ନାୟକ (ଇଲୁ) ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନଗର ଯୁବ ବିଜେଡି ସଭାପତି ଆଶିଷ ଅମିତାଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.