Home ଜିଲ୍ଲା ପରିକ୍ରମା ବିବିଧତା ମଧ୍ୟରେ ଏକତା ଆମ ସଂସ୍କୃତି, ଜିଲ୍ଲା ସମାଜସେବୀ ମହାସଂଘର ୭୫ ତମ ସ୍ୱାଧିନତା ଦିବସ...

ବିବିଧତା ମଧ୍ୟରେ ଏକତା ଆମ ସଂସ୍କୃତି, ଜିଲ୍ଲା ସମାଜସେବୀ ମହାସଂଘର ୭୫ ତମ ସ୍ୱାଧିନତା ଦିବସ ପାଳନ

77

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିବିଧତା ମଧ୍ୟରେ ଏକତା ହେଉଛି ଆମ ସଂସ୍କୃତି । ଏହି ଏକତା ଆମ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା କେଉଁ ଆଦିମ କାଳରୁ ଗ୍ରହଣ କରି ଆସିଛି । ସ୍ୱାଧିନତା ସଂଗ୍ରାମ ସମୟରେ ହେଉ କିମ୍ବା ପରବର୍ତ୍ତୀ ସମୟରେ ଦେଶର ଏକତା ଅଖଣ୍ଡତା ରକ୍ଷା ଲାଗି ଯେଉଁମାନେ ନିଜର ବଳିଦାନ ଦେଇଛନ୍ତି, ସେମାନେ ଆଜିର ଯୁବପିଢ଼ୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ଭଦ୍ରକ ଜିଲ୍ଲା ସମାଜସେବୀ ମହାସଂଘ ପକ୍ଷରୁ ୭୫ତମ ସ୍ୱାଧିନତା ଦିବସ ପାଳନ ଅବସରରେ ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେଇ କହିଛନ୍ତି । ମହତାବ ଛକ ଠାରେ ଡ. ହରେକୃଷ୍ଣ ମହତବାଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ମହାସଂଘର ସଂଯୋଜକ ସଂଜିତ ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଅପୂର୍ବ ରଂଜନ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମାଜସେବୀ ଲକ୍ଷ୍ମୀନାରାୟଣ ମହାପାତ୍ର, ଅଶୋକ ମହାନ୍ତି, ପ୍ର. କମଳାକାନ୍ତ ସ୍ୱାଇଁ, ପ୍ରମୋଦ ରାୟ, ଗଦାଧର ବଳ, ଚାରୁଦତ୍ତ ନାୟକ, ଅବିନାଶ ପଣ୍ଡାଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପରେ ଏକ ବର୍ଣ୍ଣାଢ଼୍ୟ ବାଇକ ଶୋଭାଯାତ୍ରାରେ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କର୍ମକର୍ତ୍ତା ସହର ପରିକ୍ରମା କରିବା ସହ ସହରର ବିଭିନ୍ନ ଛକରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ମହାସଂଘ ପକ୍ଷରୁ ମହତାବ ଛକ ଠାରୁ ବାଇପାସ ପର୍ଯ୍ୟନ୍ତ ଜାତୀୟ ପତାକାରେ ସଜ୍ଜିତ କରାଯିବା ସହ ବରପୁତ୍ରମାନଙ୍କ କଟଆଉଟ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ସ୍ୱାଇଁ, ସ୍ୱରୂପାନନ୍ଦ ମହାପାତ୍ର, ସେକ ସହିଦ, ସାଇ ସୁମନ, ସନ୍ତୋଷ ବେହେରା, ବୃଷଭାନୁ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଏହି କାର୍ଯ୍ରକ୍ରମରେ ସାମିଲ ହୋଇଥିଲେ । ଅନୁରୂପ ଜୀବନଜ୍ୟୋତି ସଂଗଠନ, ବିଏସଏସ, ଛତ୍ରପତି ସେନା, ସ୍ୱରାଜ ଓଡ଼ିଶା, ଏକତା ମଂଚ, ଜନତା ସ୍ମାଇଲ, ମହାବୀର ସଂଘ, ଗପସେବା ସଂଘ ସମେତ ବହୁ ସାମଜିକ ଅନୁଷ୍ଠାନର କର୍ମକର୍ତ୍ତା ଏହି ଅବସରାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.