Home ଜିଲ୍ଲା ପରିକ୍ରମା ଗାନ୍ଧି ଓଡ଼ିଶା ବାଳାଶ୍ରମରେ ସ୍ୱାଧୀନତା ଦିବସ ପାଳିତ

ଗାନ୍ଧି ଓଡ଼ିଶା ବାଳାଶ୍ରମରେ ସ୍ୱାଧୀନତା ଦିବସ ପାଳିତ

12

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଗରଦପୁର ଠାରେ ଥିବା ଐତିହାସିକ ଗାନ୍ଧି ଓଡ଼ିଶା ବାଳାଶ୍ରମରେ ସ୍ୱାଧୀନତା ଦିବସ କୋଭିଡ୍ କଟକଣା ଅନୁଯାୟୀ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ବାଳାଶ୍ରମ ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରଣୀଧର ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆଶ୍ରମ ଅନ୍ତେବାସୀଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହାପରେ ବାଳାଶ୍ରମର ସଂପାଦକ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନବକିଶୋର ପଣ୍ଡା, କବି ମୁସ୍ତାକ ଗହ୍ୱର ଅତିଥି ଭାବେ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିôଥଲେ । ଏହି ଅବସରରେ ବାଳାଶ୍ରମର ପିଲାମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟାପକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.