Home ଜିଲ୍ଲା ପରିକ୍ରମା ବିବାହ ଭୋଜି ଖାଇ ୮୦ ଅସୁସ୍ଥ

ବିବାହ ଭୋଜି ଖାଇ ୮୦ ଅସୁସ୍ଥ

43

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନ କଲେଇ ପଂଚାୟତ ଚୁନିଦା ଗ୍ରାମରେ ଏକ ବିବାହ ଭୋଜି ଖାଇ ୮୦ ଜଣ ଅସୁସ୍ଥ ହୋଇଛନ୍ତି । ବସନ୍ତ ବେହେରାଙ୍କ ପୁଅ ପ୍ରକାଶଙ୍କ ଚତୁର୍ଥୀ ଭୋଜି ଉତ୍ସବ ଥିଲା । ଏହି ଭୋଜି ଖାଇ କନିଆ ସମେତ ପରିବାର ଲୋକ ଏବଂ ନିମନ୍ତ୍ରିତ ଅତିଥି ପ୍ରମୁଖ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । କିଛି ଜିଲା ହସ୍‌ପିଟାଲରେ ଚିକିତ୍ସା ହେଉଥିବାବେଳେ ଅନ୍ୟମାନଙ୍କୁ ଚୁନିଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ମେଡିକାଲ ଟିମ୍ ଦ୍ୱାରା ଚିକିତ୍ସା କରାଯାଉଛି । ଗୁରୁତର ରୋଗୀମାନେ ହେଲେ ଅମୀୟ ସାହୁ, ଅଜୟ ସାହୁ, ଜଗମୋହନ ବେହେରା, ଶମ୍ଭୁନାଥ ବେହେରା, ବୈଶାଖୀ ମହାନ୍ତି ପ୍ରମୁଖ । ଗୁରୁତର ଅସୁସ୍ଥମାନଙ୍କୁ ଆମ୍ବୁଳାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.