Home Top News ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲା ଏବେ ନର୍ମଦାପୁରମ୍ ନାମରେ ହେବ ପରିଚିତ – ମୁଖ୍ୟମନ୍ତ୍ରୀ ଶିବରାଜ ସିଂ...

ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲା ଏବେ ନର୍ମଦାପୁରମ୍ ନାମରେ ହେବ ପରିଚିତ – ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଘୋଷଣା

26

ଭୋପାଳ ୧୯-୨ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲାକୁ ନର୍ମଦାପୁରମ୍ ନାମରେ ନାମିତ କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାର ଘୋଷଣା କରିଛନ୍ତି। ଗତ କିଛି ମାସ ଧରି ହୋଶଙ୍ଗାବାଦର ନାମ ବଦଳାଇବାକୁ ଦାବି ହୋଇଥିଲା। ନୂତନ ନାମ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନର୍ମଦାପୁରମରେ ଥିବା ଡାକ୍ତରଖାନାକୁ ସମସ୍ତ ସୁବିଧା ଥିବା ଡାକ୍ତରଖାନା କରାଯିବ। ଅଡିଟୋରିୟମ୍, ଦଶହରା ଗ୍ରାଉଣ୍ଡକୁ ମଧ୍ୟ ନବୀକରଣ କରାଯିବ।

ସୂଚନାଯୋଗ୍ୟଯେ, ହୋଶଙ୍ଗାବାଦ ଜିଲ୍ଲା ମଧ୍ୟପ୍ରଦେଶର ଏକ ପ୍ରମୁଖ ସହର ଅଟେ। ଏହି ଜିଲ୍ଲା ପଞ୍ଚଦଶ ଶତାବ୍ଦୀର ପ୍ରାରମ୍ଭରେ ମାଣ୍ଡୁର ଦ୍ୱିତୀୟ ରାଜା ସୁଲତାନ ହୁଶଙ୍ଗ ଶାହା ଗୌରୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହା ନର୍ମଦା ନଦୀ କୂଳରେ ଏବଂ ସତ୍ୟପୁରା ପର୍ବତ ଏହି ଜିଲ୍ଲାରେ ଅବସ୍ଥିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.