Home ଜିଲ୍ଲା ପରିକ୍ରମା ଅଭିନବ ଉପାୟରେ ସୁନା ଦୋକାନରୁ ଚୋରି

ଅଭିନବ ଉପାୟରେ ସୁନା ଦୋକାନରୁ ଚୋରି

53

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୁଷୁରୀ ବଜାରରେ ଲକ୍ଷ୍ମୀ ଜୁଏଲାର୍ସରୁ ଅଭିନବ ଉପାୟରେ ସୁନାହାର ଚୋରି ହୋଇଥିବାର ସିସିଟିଭିରୁ କୟେଦ ହୋଇଛି । ସୂଚନା ଥାଉକି ଉକ୍ତ ଜୁଏଲାର୍ସର ଗତ ୧୪ତାରିଖ ଦିନ ଜୁଏଲାର୍ସର ମାଲିକ ଭରତ ସାହୁ ଥିବାବେଳେ ସେଦିନ ୧୨ଟା ବେଳେ ୨ଜଣ ମହିଳା ପ୍ରଥମେ ଉକ୍ତ ଦୋକାନକୁ ଆସି ସୁନାହାର ନେବାପାଇଁ କହିଥିଲେ । ପରବର୍ତ୍ତି ସମୟରେ ଅନ୍ୟଜଣେ ମହିଳା ଓ ପୁରୁଷ ଆସି ସୁନାମୁଦି ନେବାପାଇଁ କହିଥିଲେ । ଏକୁଟିଆ ଥିବା ସୁନାଦୋକାନି ଭରତ ନିଜର ଅଳଙ୍କାର ଦେଖାଉଥିବାବେଳେ କୌଶଳ କରି ଜଣେ ପୁରୁଷ ଗୋଟିଏ ହାର ନିଜ ପକେଟରେ ରଖିଦେଇଥିଲେ । ହେଲେ ଉକ୍ତ ଗ୍ରାହକ ମାନେ କୌଣସି ଜିନିସ ନନେଇ ଫେରି ଯାଇଥିଲେ । ପରବର୍ତ୍ତି ସମୟରେ ଦୋକାନି ଭରତର ସନ୍ଦେହ ହେବାରୁ ସିସି କେମରା ଖୋଲି ଦେଖିଥିଲେ । ଏହି ସମୟରେ ପ୍ରାୟ ଗୋଟିଏ ହାର ନଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଧୁଷୁରୀ ଥାନାରେ ଅଭିଯୋଗ କଲାପରେ ଥାନା ଅଧିକାରୀ ପ୍ରଫୁଲ୍ଲ ସିଂ, ଏସ୍‌ଆଇ ମହାପ୍ରସାଦ ନାୟକ ଉକ୍ତ ସୁନାଦୋକାନରେ ପହଂଚି ଘଟଣାର ତଦନ୍ତ କରିବା ସହ ସିସିଟିଭିରୁ ଉକ୍ତ ଫଟୋ ଗୁଡ଼ିକ ସଂଗ୍ରହ କରିଥିଲେ । ଏମାନେ ପ୍ରଫେସାନାଲି ଏକ ରାକେଟ ବିଭିନ୍ନ ସ୍ଥାନରେ ଏପରି ଘଟଣା ଘଟାଉଛନ୍ତି । ତେବେ ଖୁବ୍ ଶୀଘ୍ର ସେମାନଙ୍କୁ ଠାବ କରାଯିବବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ମହାପ୍ରସାଦ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.