Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ଅବକାରୀ ବିଭାଗ ଦ୍ୱାରା ପୁଣି ବ୍ରାଉନ୍ ସୁଗାର ଜବତ

କେନ୍ଦ୍ରୀୟ ଅବକାରୀ ବିଭାଗ ଦ୍ୱାରା ପୁଣି ବ୍ରାଉନ୍ ସୁଗାର ଜବତ

17

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ରାଣୀତାଲ ନିକଟରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜବତ କରିବାର ୨୪ ଘଣ୍ଟା ନପୁରୁଣୁ କଟକ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକର ବଉଳପୋଖରୀ ଅଂଚଳରୁ ୧୭୦ ଗ୍ରାମ ଓଜନର ବ୍ରାଉନସୁଗାର (ଯାହାର ମୂଲ୍ୟ ୧୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ) ଜବତ କରିଛନ୍ତି । ଏବଂ ଏହି ଘଟଣାରେ ବଉଳପୋଖରୀ ନିବାସୀ ରଘୁଧର ମଳିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ତେବେ ରଘୁଧର ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳରୁ ଉକ୍ତ ବ୍ରାଉନସୁଗାର ଆଣି ନିଜ ଅଂଚଳରେ କାରବାର କରୁଥିବା ବିଷୟ ସ୍ୱୀକାର କରିଛି । ଏହି ଚୋରା କାରବାର ସଂପର୍କରେ କଟକସ୍ଥିତ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇବା ପରେ ଗୁଇନ୍ଦା ବିଭାଗର ଇନ୍ସିପେକ୍ଟର ଜଗଦୀଶ ପ୍ରସାଦ ସାମଲଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ୍ ଛକିରହି ରଘୁଧରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.