Home Top News ମହିଳା ଓ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ : ଦୁର୍ଦ୍ଦାନ୍ତ ଅପରାଧୀ ଅୟୁବ ଖାଁ’ କୋର୍ଟ...

ମହିଳା ଓ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ : ଦୁର୍ଦ୍ଦାନ୍ତ ଅପରାଧୀ ଅୟୁବ ଖାଁ’ କୋର୍ଟ ଚାଲାଣ, ଅନ୍ୟ ଅଭିଯୁକ୍ତ ଫେରାର

109

ମାହାଙ୍ଗା, ୦୬/୧୦ (ଓଡ଼ିଆ ପୁଅ/ ଅଭୟ ଜେନା) ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଂଚଳରେ ବହୁ ଚର୍ଚ୍ଚିତ ମାଆ, ଝିଅ ଓ ଏମାନଙ୍କ ଶିଶୁ ପୁତ୍ରକୁ କିରୋସିନ ଢାଳି ଜୀବନ୍ତ ଜାଳିଦେବାର ଉଦ୍ୟମ ଏବଂ ମାରଣାସ୍ତ୍ର ଦ୍ୱାରା ରକ୍ତାକ୍ତ ଆକ୍ରମଣ ମାମଲାରେ ଦୁର୍ଦ୍ଦାନ୍ତ ଅପରାଧୀ ଅୟୁବ ଖାଁ’କୁ ଗିରଫ କରିଛି ସ୍ଥାନୀୟ ଫାଣ୍ଡି ପୋଲିସ।

ଜମିଜମା ବିବାଦକୁ ନେଇ ଝଡ଼େଶ୍ୱରପୁର ଗାଁ’ର ଅୟୁବ ଖାଁ’, ତାଙ୍କର ଦ୍ୱିତୀୟ ପତ୍ନୀ ସବନା ବିବି, ଗୋବିନ୍ଦପୁର ଗାଁ’ର ହୃଷିକେଶ ନାୟକ ଓ ତାଙ୍କର ପୁଅ ଟିଟନ ନାୟକ, ହୃଷିକେଶଙ୍କ ଭଉଣୀ ବିଦୁଲତା ବରାଳ ଓ ଭଣଜା ମିଟୁ ବରାଳ ସଂଘବଦ୍ଧ ଭାବରେ ଗତ ୨ ତାରିଖ ସକାଳେ ସଫିନା ବିବି, ଆୟେସା ଅଫ୍ରିନ, ଆୟେସାର ୮ ମାସର ପୁଅକୁ ମାରାଣାନ୍ତ ଆକ୍ରମଣ କରିବାସହ ସେମାନେ ରହୁଥିବା ଘର ଭାଙ୍ଗି ଦେଇଥିଲେ।

ଏହି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାହାଙ୍ଗା ଥାନାରେ ଏତଲା ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଇଛି। ପୀଡିତା ପରିବାର ପ୍ରଥମେ ମାହାଙ୍ଗା ସରକାରୀ ହସ୍ପିଟାଲ ଓ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ଅୟୁଵ ଖାଁ କୁ କୋର୍ଟ ଚାଲାଣ କରାଯାଇଛି।

ଅନ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଖୁବ ଶୀଘ୍ର ଆଇନିଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.