Home Coronavirus Outbreak ଦିନକରେ ୧୧୯ ଚିହ୍ନଟ କରୋନା ପଜିଟିଭ୍ – ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୩୨୯୪କୁ ବୃଦ୍ଧି

ଦିନକରେ ୧୧୯ ଚିହ୍ନଟ କରୋନା ପଜିଟିଭ୍ – ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୩୨୯୪କୁ ବୃଦ୍ଧି

72

ବାଲେଶ୍ୱର, ୨୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅଦ୍ୟାବଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ଅତିକ୍ରମ କରିଥିବା ବେଳେ ଅନୁରୂପ ଭାବେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୩୮୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦, ୯୮୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଏବେ ୪୪୮ଛୁଇଁଛିି। ସେହିଭଳି ବାଲେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୯୪ରେ ପହଞ୍ଚିଛି। ଅଦ୍ୟାବଧି ୨୨୮୧ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା୯୯୯ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଜିଲ୍ଲାର କରୋନା ରୋଗୀଙ୍କର ମୃତ୍ୟୁ ସଂଖ୍ୟା ଏବେ ୯ରେ ସ୍ଥିର ରହିଛିିିି। ତେବେ ସଦର ବ୍ଲକର ଦୁବୁଲାଗଡ଼ିର ୧୩ ଜଣ, ବାହାନଗା ବ୍ଲକର ଖରାସାହାପୁରର ୩ ଜଣ, ଖଇରାର ଜୟପୁରର ତିନି ଜଣ, ବାଲେଶ୍ୱର ପୌରାଞ୍ଚଳର ସହଦେବଖୁଣ୍ଟାର ୫ ଜଣ, ଅଙ୍ଗାରଗଡ଼ିଆର ୩ ଜଣ ଓ ମୋତିଗଞ୍ଜର ୩ ଜଣ ଏକକାଳୀନ ସଂକ୍ରମିତ ହେବା ସ୍ଥାନୀୟ ସଂକ୍ରମଣକୁ ଅଧିକ ସଙ୍ଗୀନ କରୁଛି ବୋଲି କୁହାଯଉଛି। ନୂଆଭାବେ ଚିହ୍ନଟ ହୋଇଥିବା ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.