Home କେନ୍ଦୁଝର ବିପଦ ସଙ୍କୁଳ ଅବସ୍ଥାରେ ଢ଼େଙ୍କାନାଳ ପୋଲ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

ବିପଦ ସଙ୍କୁଳ ଅବସ୍ଥାରେ ଢ଼େଙ୍କାନାଳ ପୋଲ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

44

ହାଟଡିହି, ୨୩ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମୁକୁଳା ଡ୍ରେନରେ ଭୁବନେଶ୍ୱରର ଜଣେ ଛାତ୍ରର ଜୀବନ ଯିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏବେ ସୁରକ୍ଷାବାଡା ନଥିବା ମୁକୁଳା ପୋଲ ଗୁଡିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛେନାପଦି-ପଞ୍ଚୁଗୋଛିଆ ରାସ୍ତାର ଢ଼େଙ୍କାନାଳ ଉପରେ ଥିବା ପୋଲଟିର ସୁରକ୍ଷା ବାଡା ନଥିବାରୁ ଲୋକଙ୍କ ପାଇଁ ଏହା ବିପଦପୁର୍ଣ୍ଣ ହୋଇ ଉଠିଛି । ଏହି ପୋଲ ଉପର ଦେଇ ଶହଶହ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଉଥିବାବେଳେ ପଞ୍ଚୁଗୋଛିଆ, ନୀଳାପୁର, ତରଭା, ବରେଶ୍ୱର, ବରଡି, ମୁଗୁପୁର, ସର୍ବେଶ୍ୱରପୁର, ଯଶୋବନ୍ତପୁର, ଆଡହୁରିଆ, ସାହାନନ୍ଦପୁର, ବଳଭଦ୍ରପୁର ଆଦି ଅନେକ ଗ୍ରାମର ଗ୍ରାମବାସୀମାନେ ଯାତାୟତ କରିଥାନ୍ତି । କିନ୍ତୁ ପୋଲ ନିର୍ମାଣ ସମୟରେ ଏହାର ସୁକ୍ଷାବାଡା ନିର୍ମାଣ କରାନଯାଇ କେବଳ ଗୋଟିଏପଟର କିଛି ପିଲର ଉପରକୁ ଉଠାଇ ଦେଇଥିଲେ । କିନ୍ତୁ ତାହା ଭାଙ୍ଗିରୁଜି ନଷ୍ଟ ହୋଇଯିବାପରେ ଏବେ ତାହା ମୃତ୍ୟୁଯନ୍ତା ସଦୃଷ ହୋଇଯାଇଛି । ଯଦି କେହି ଏହି ପୋଲରୁ ଖସିପଡେ ତେବେ ୧୫ଫୁଟ ତଳେ ପଡିବ । ଏପରିକି ପୁର୍ବରୁ ଅନେକ ଗୋରୁ ଗାଈ ଏହି ପୋଲ ଉପରୁ ନାଳ ଭିତରକୁ ଖସି ଜୀବନ ହରାଇ ଥିବା ନଜିର ମଧ୍ୟ ରହିଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତୁରନ୍ତ ଏହାର ସୁରକ୍ଷା ବାଡା ନିର୍ମାଣ କରାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.