Home ଜିଲ୍ଲା ପରିକ୍ରମା ପୋଖରୀରେ ବୁଡ଼ି ୨୨ବର୍ଷ ଯୁବକର ମୃତ୍ୟୁ

ପୋଖରୀରେ ବୁଡ଼ି ୨୨ବର୍ଷ ଯୁବକର ମୃତ୍ୟୁ

34

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକ ଅନ୍ତର୍ଗତ ଖପରପଦା ପଂଚାୟତର ଲୁଣିଆ ନିକଟସ୍ଥ ମେଳଣପଦା ପୋଖରୀରେ ବୁଡ଼ିଯାଇ ଆଜି ଜଣେ ୨୨ବର୍ଷ ଯୁବକର ମୃତ୍ୟୁ ଘଟିଛି । ସୂଚନାଥାଉକି କଟସାହି ଗ୍ରାମର ନରେନ୍ଦ୍ର ଭୋଇଙ୍କ ପୁଅ ସୁଶାନ୍ତ କୁମାର ଭୋଇ(୨୨)ଙ୍କ ଆଜି ସାଙ୍ଗ ମାନଙ୍କ ସହିତ ମିଶି ଉକ୍ତ ପୋଖରୀରେ ଗାଧୋଉଥିବାବେଳେ ସୁଶାନ୍ତ ଉକ୍ତ ଅଥଳ ପୋଖରୀରେ ବୁଡ଼ିଯାଇଥିଲେ । କିଛିସମୟ ପରେ ସୁଶାନ୍ତକୁ ଉକ୍ତ ପୋଖରୀରେ ଦେଖିବାକୁ ମିଳିନଥିଲା । ଏନେଇ ଗାଁ ଲୋକମାନଙ୍କୁ ତା’ର ସାଙ୍ଗମାନେ ଡ଼ାକ ପକାଇବା ପରେ ସେମାନେ ମିଶି ଖୋଜାଖୋଜି କରି ଉକ୍ତ ପୋଖରୀରେ ସୁଶାନ୍ତକୁ ଉଦ୍ଧାର କରି ଭଦ୍ରକ ଡ଼ାକ୍ତରଖାନାକୁ ପଠାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିବିସିିସର ପୂର୍ବତନ ସଭାପତି ରଘୁନାଥ ଲେଙ୍କା, ବିଜୁ ଯୁବଜନତା ଦଳର ବ୍ଲକ ସଭାପତି ଭାରତ ବିଜୟ ଦଳାଇ ଓ ବହୁ ନେତୃବୃନ୍ଦ ପହଂଚି ମୃତ ପରିବାର ବ୍ୟକ୍ତିଙ୍କୁ ସମବେଦନା ଜଣାଇଥିଲେ । ସୁଶାନ୍ତ ଜଣେ ମେଳାପି ଓ ପରୋପକାରୀ ଥିବାବେଳେ ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.