Home ଓଡ଼ିଶା ଯୋଡାରେ ପ୍ରାଧାନମନ୍ତ୍ରୀଙ୍କ ୭୦ତମ ଜନ୍ମ ଦିବସ ପାଳିତ

ଯୋଡାରେ ପ୍ରାଧାନମନ୍ତ୍ରୀଙ୍କ ୭୦ତମ ଜନ୍ମ ଦିବସ ପାଳିତ

180

ଯୋଡା, ୧୭/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ ଅବସରରେ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳିତ ହେଉଅଛି । ଏହି ସପ୍ତାହରେ ବିଜେପି କର୍ମକର୍ତ୍ତାମାନଙ୍କ ଉଦ୍ୟମରେ ବିଭିନ୍ନ ସ୍ତାନରେ ରକ୍ତଦାନ ଶିବିର, ଡାକ୍ତରଖାନାରେ ଫଳ ବଣ୍ଟନ ଓ ବୃକ୍ଷ ରୋପଣ ଭଳି ସେବା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ପରିପେକ୍ଷୀରେ ଯୋଡା ନଗର ବିଜେପି ପକ୍ଷରୁ ପୂର୍ବତନ ସଭାପତି ଚର୍ଚ୍ଚିଲ ମହାକୁଡଙ୍କ ନେତୃତ୍ୱରେ ଗୁରୁବାର ପୂର୍ବାହ୍ନରେ ଯୋଡାସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ ବାଂଶପାଣି ଓ ଖୁଣ୍ଟପାଣି ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ବିଭିନ୍ନ ବସ୍ତି ଅଞ୍ଚଳରେ ଗରିବ ଆଦିବାସୀ ଛୋଟ ପିଲାମାନଙ୍କୁ ବିସ୍କୁଟ ବଣ୍ଟନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜିବ ମହାକୁଡ, ଗୋବର୍ଦ୍ଧନ ପୃଷ୍ଟି, ଦୀପକ ବାରିକ୍‌, ଦୁଶ୍ମନ୍ତ ମହାପାତ୍ର, ସେକ୍ ୱାହିଦ ଜାମା, ମହାବୀର ଶର୍ମା, ଦାଶରାମ ମୁଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.