Home ଜିଲ୍ଲା ପରିକ୍ରମା ବିପଦ ସଂକେତ ଉପରେ ବୈତରଣୀର ବନ୍ୟାଜଳ

ବିପଦ ସଂକେତ ଉପରେ ବୈତରଣୀର ବନ୍ୟାଜଳ

25

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପର ମୁଣ୍ଡରେ ବର୍ଷା ହେବା ଦ୍ୱାରା ପୁଣି ବୈତରଣୀ ନଦୀରେ ବନ୍ୟା ଆସିଛି । ନିକଟରେ ଲଘୁଚାପ ଜନିତ ବର୍ଷା ଦ୍ୱାରା ବୈତରଣୀ, କୋଚିଳା, ରେବ, କପାଳି ଓ ଗେଙ୍ଗୁଟି ନଦୀରେ ବନ୍ୟା ଆସିବା ଦ୍ୱାରା ଧାମନଗର ବ୍ଲକର ବିଭିନ୍ନ ଚାଷଜମି ଜଳମଗ୍ନ ହୋଇ ଧାନଚାଷ ନଷ୍ଟ ହୋଇଥିବାବେଳେ ପୁଣି ଆଜି ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ଉପରେ ୧୭.୯୩ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ବିପଦ ସଂକେତ ଉପରେ ଅର୍ଥାତ୍ ୧୭.୯୩ରେ ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ଶନିବାର ସୁଦ୍ଧା ବୈତରଣୀ ନଦୀର ଗୋରାଙ୍ଗପୁର ଓ ମଲ୍ଲିମାହାରା ଏସ୍‌କେପ ଦେଇ ବନ୍ୟାଜଳ ଧାମନଗର ଅଞ୍ଚଳରେ ବିଭିନ୍ନ ଚାଷଜମିରେ ଜଳମଗ୍ନ ହେବାର ସମ୍ଭାବନା ରହିଛି । ଗତବନ୍ୟାରେ ଗୋରାଙ୍ଗପୁର ଏସ୍‌କେପ ମରାମତି ହୋଇଥିବାବେଳେ ଗତବନ୍ୟା ଜଳରେ କେତେକାଂଶ ପଥର ବାହାରି ଯାଇଥିବାରୁ ପୁଣି ଯୁଦ୍ଧକାଳୀନ ଭିତ୍ତିରେ ତାହା ମରାମତି କରାଯାଉଛି । ଗତ ବନ୍ୟାରେ ମଧ୍ୟ କେତେକ ଗ୍ରାମ ରାସ୍ତା ମଧ୍ୟ ଧୋଇ ଯାଇଛି । ତେବେ ସେପରି ବଡ଼ଧରଣର ବନ୍ୟା ହେବନାହିଁ ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.