Home ଜିଲ୍ଲା ପରିକ୍ରମା ଧାମନଗର ତହସିଲରେ ଅମିନଙ୍କ ଦାଦାଗିରି, ମୋହରିରଙ୍କୁ ଜାତିଆଣା ଆକ୍ଷେପ ଓ ଆକ୍ରମଣ, ଥାନାରେ ମାମଲା ରୁଜୁ

ଧାମନଗର ତହସିଲରେ ଅମିନଙ୍କ ଦାଦାଗିରି, ମୋହରିରଙ୍କୁ ଜାତିଆଣା ଆକ୍ଷେପ ଓ ଆକ୍ରମଣ, ଥାନାରେ ମାମଲା ରୁଜୁ

48

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲରେ ଦୀର୍ଘଦିନଧରି ତହସିଲଦାର ପଦବୀ ଖାଲିପଡ଼ିଥିବାବେଳେ ତହସିଲର କେତେକ ତଳିଆ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଓ ବିଭିନ୍ନ କାମନେଇ ଯାଉଥିବାର ଜନସାଧାରଣଙ୍କୁ ଦୁର୍ବ୍ୟବହାରରେ ଦିନକୁ ଦିନ ସାଧାରଣ ଲୋକମାନେ ଅତିଷ୍ଟ ହୋଇଗଲେଣି । ଆଜି ଉକ୍ତ ତହସିଲର ଜଣେ ଅତିରିକ୍ତ ଭାରପ୍ରାପ୍ତ ତହସିଲଦାର କ୍ଷିରୋଦ ପଣ୍ଡା ଯୋଗଦେଇଥିବାବେଳେ ତାହାର କିଛିସମୟ ପରେ ଉକ୍ତ ତହସିଲର ଜଣେ ସରକାରୀ ଅମିନ ସୁଦର୍ଶନ ପତିଙ୍କ ଆକ୍ରମଣରେ ଉକ୍ତ ତହସିଲର ଜଣେ ମୋହରିର ସୁକଦେବ ସେଠୀ ଆହତ ହୋଇ ଧାମନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଉକ୍ତ ତହସିଲର ଜମାଧାର୍ଯ୍ୟ କେସରେ ୨୦୨୦ ମସିହାରେ ସୁଦର୍ଶନ ପତି ଜମିବାଡ଼ି ସଙ୍କ୍ରାନ୍ତରେ ଜମାଧାର୍ଯ୍ୟ କରାଯିବବୋଲି କହି ୧୦ହଜାର ଟଙ୍କା ନେଇଥିଲେ । ଏବଂ ୨୦୨୧ ମସିହାରେ ଆଜିର ତାରିଖରେ ପୁଣି ନୋଟିସ୍ କରିବାରୁ ମୋହରିର ସୁକଦେବେ ସେଠୀ ଏ ସମ୍ପର୍କରେ ଶ୍ରୀ ପତିଙ୍କୁ ପଚାରିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହିତ ତାଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ଦେହସାରା ଓ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ତାଙ୍କୁ ସଂଗେ ସଂଗେ ଧାମନଗର ମେଡ଼ିକାଲର ଗୁରୁତର ଅବସ୍ତାରେ ଭର୍ତ୍ତି କରାଯାଇଥିଲା । ଏହି ସମ୍ପର୍କରେ ସୁକଦେବ ସେଠୀଙ୍କ ଅଭିଯୋଗ ମୂଳେ ଧାମନଗର ପୋଲିସ ସମ୍ପୃକ୍ତ ଅମିନଙ୍କ ନାମରେ କେସ ନଂ ୨୬୧/୨୧ରେ ଏକ ମାମଲା ରୁଜୁ କରିଛନ୍ତି । ପ୍ରକାଶ ଥାଉକି ଉକ୍ତ ତହସିଲରେ ଛୋଟ ବଡ଼ କେସ୍‌ରେ ହଜାର ହଜାର ଟଙ୍କା ସାଧାରଣ ଲୋକମାନଙ୍କ ପାଖରୁ ଶୋଷଣ କରାଯାଉଥିବାବେଳେ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଳାପାଳଙ୍କ ନିକଟରେ ଦାବି କରାଯାଉଛି । ସୂଚନା ଥାଉକି ତହସିଲର କାର୍ଯ୍ୟରତ ଜଣେ ୮୦ବର୍ଷର ବୃଦ୍ଧ ମୋହରିରକୁ ଏପରି ଅମାନୁଷିକ ଆକ୍ରମଣ ଧାମନଗର ଓକିଲ ସଂଘର ସାଧାରଣ ସମ୍ପାଦକ ଅମରେନ୍ଦ୍ର ମହାନ୍ତି ଘୋର ନିନ୍ଦା କରିବା ସହିତ ଆକ୍ରମଣ କରିଥିବା ସମ୍ପୃକ୍ତ ଅମିନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.