Home ଓଡ଼ିଶା ବିପଦ ଶଙ୍କୁଳ ଅବସ୍ଥାରେ ମହୀପୁର ସେତୁ, ଦୁର୍ବଳ ବୋଲି ସୂଚନା ସତ୍ତ୍ୱେ ଭାରିଯାନ ଯାଉଛି

ବିପଦ ଶଙ୍କୁଳ ଅବସ୍ଥାରେ ମହୀପୁର ସେତୁ, ଦୁର୍ବଳ ବୋଲି ସୂଚନା ସତ୍ତ୍ୱେ ଭାରିଯାନ ଯାଉଛି

66

ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼-ଦଶପଲ୍ଲା ରାସ୍ତାର ମହିପୁର ସେତୁ ଏବେ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଦୀର୍ଘଦିନ ହେଲା ସେତୁର ଗୋଟିଏ ପାର୍ଶ୍ୱ ଦବିଯାଇଥିଲେ ମଧ୍ୟ ତା’ଉପରେ ଛୋଟଯାନ ଠାରୁ ଆରମ୍ଭ କରି ଭାରିଯାନମାନ ଯାତାୟତ କରୁଛି। ସେତୁ ଉପରେ ଗାଡ଼ି ମୋଟରରେ ଗଲାବେଳେ ଯାତ୍ରୀମାନେ ନିଜକୁ ନିରାପଦ ନମଣି ଭୟାତୁର ଅବସ୍ଥାରେ ଯାତାୟାତ କରୁଛନ୍ତି ବୋଲି ବହୁ ଯାତ୍ରୀ ଅଭିଯୋଗ କରୁଛନ୍ତି। ସେତୁ ଦବି ଯାଇଥିବା ଯୋଗୁଁ ସେତୁର ଉଭୟ ପାର୍ଶ୍ୱରେ ‘ଆଗରେ ଦୁର୍ବଳ ସେତୁ ଗାଡ଼ି ଧିରେ ଚଲାନ୍ତୁ’ ବୋଲି ସୂଚନା ଫଳକରେ ସୂଚନା ଦିଆଯାଇଛି। ଏପରିକି ସେତୁ ଉପରେ ମଧ୍ୟ ସତର୍କ ବାଡ଼ ଦିଆଯାଇଛି। ହେଲେ ସେତୁର ସୂଚନାଫଳକ କିମ୍ବା ସତର୍କ ବାଡ଼କୁ କାହାର ଭୃକ୍ଷେପ ନଥିଲା ପରି ମନେ ହେଉଛି। ଭାରିଯାନ ମଧ୍ୟ ସେତୁ ଉପରେ ଅନାୟାସରେ ଯାତାୟାତ କରୁଛି। ସେତୁ ଯେଉଁପରି ଭାବରେ ଦବିଛି ଏବଂ ତା’ଉପରେ ଗାଡ଼ି ଅସାବଧାନତାରେ ଯାଉଛି କେଉଁ ମୁହୁର୍ତ୍ତରେଯେ କିଛି ଅଘଟଣ ନଘଟିପାରେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ସେତୁର ଉଭୟ ପାର୍ଶ୍ୱକୁ ବନ୍ଦ କରାଯିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଦବି ଯାଇଥିବା ସେତୁର ନିର୍ମାଣ କାର୍ଯ୍ୟ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଯାତାୟାତର ବିକଳ୍ପ ଭାବେ ମହିପୁର-ବାଲୁଗାଁ ରାସ୍ତା ଦେଇ ନୟାଗଡ଼କୁ ଯାନବହାନ ଚଳାଚଳ କରିବାକୁ ଅନେକ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.